ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ପୁଣିଥରେ ପ୍ରଦୀପ ମାଝୀଙ୍କୁ ଝାଡିଛନ୍ତି । ପିପିଲିରେ କଂଗ୍ରେସର ଭୋଟ ମାଇନସ ଲାଗି ପ୍ରଦୀପ ଦାୟୀ । ସେ ବିଜେଡିରେ ସାମିଲ ହେବା ଖବର ପ୍ରଚାର ହେଉଥିବା କାରଣରୁ କଂଗ୍ରେସ ଭୋଟ ବିଜେଡିକୁ ଯାଇଛି । ଯଦି ସେ ଦଳ ଛାଡିବେ ଶ୍ରୀଘ୍ର ଛାଡିଦିଅନ୍ତୁ । ଆଉ ଯଦି ଦଳରେ ରହିବାକୁ ଚାହୁଁ ନାହାଁନ୍ତି ତେବେ ସେ ଗଣମାଧ୍ୟମ ଆଗରେ ସ୍ପଷ୍ଠ ଭାବେ ଜଣାଇଦିଅନ୍ତୁ । ଆମ ଦଳରେ ଅନେକ ଆଦିବାସୀ ନେତା ଅଛନ୍ତି । କଂଗ୍ରେସର ଏକ ସମୁଦ୍ର । ଏଠାକୁ ଅନେକ ନେତା ଆସିବେ ଆଉ ଯିବେ ।