Odia News Portal

ଆଜିଠୁ ଷ୍ଟାର ପ୍ଲସରେ ପ୍ରସାରିତ ହେବ ‘ବିଦ୍ରୋହୀ’

ଭୁବନେଶ୍ୱର: ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେବ ଓଡ଼ିଆ ବୀରତ୍ୱର କାହାଣୀ । ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର କାହାଣୀକୁ ନେଇ ନିର୍ମାଣ ହୋଇଥିବା ସିରିଏଲ ଆଜିଠୁ ଷ୍ଟାର ପ୍ଲସରେ ପ୍ରସାରିତ ହେବାକୁ ଯାଉଛି । ଦେଶ ଦେଖିବ ପାଇକ ବିଦ୍ରୋହର କାହାଣୀ । ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଆ ପୁଅ ବକ୍ସି ଜଗବନ୍ଧୁଙ୍କ କାହାଣୀକୁ ନେଇ ଏହି ଧାରବାହିକ ଆରମ୍ଭ ହେବାକୁ ଯାଉଛି । ଧାରାବାହିକ ସୋମବାରରୁ ଶନିବାର ପ୍ରସାରିତ ହେବ । ଷ୍ଟାରପ୍ଲସରେ ଆଜି ସନ୍ଧ୍ୟା ୬.୩୦ ଏହି ସୋ ଆରମ୍ଭ ହେବ ।

ଇଂରେଜ ମାନଙ୍କ କଠୋର ଆଇନ ବିରୋଧରେ ପାଇକ ମାନେ କିପରି ବିଦ୍ରୋହ କରିଥିଲେ ତା ଉପରେ ଏହି ଧାରାବାହିକ ପର୍ୟ୍ୟବେଶିତ ହୋଇଛି।୧୮୧୭ ମସିହା ଇଂରେଜ ଶାସନ କାଳରେ ଓଡ଼ିଶାରେ ଇଣ୍ଡିଆ କମ୍ପାନୀ ବିରୋଧରେ ପାଇକ ବିଦ୍ରୋହର ଗାଥା ଦେଖିବ ସାରା ଦେଶ। ଦୁଇ ରାଣୀଙ୍କ ସହ ମିଶି ଜଣେ ବିଦ୍ରୋହୀ ସଂଗ୍ରାମୀ ବକ୍ସି ଜଗବନ୍ଧୁ ସେ ସମୟରେ କିପରି ଇଂରେଜ ମାନଙ୍କ ସହ ଲଢିଥିଲେ ତା ଉପରେ ଧାରବାହିକ ପର୍ୟ୍ୟବେଶିତ ହୋଇଛି।