ଭୁବନେଶ୍ୱର: ଦୀପାବଳି ପାଇଁ ସବୁଠି ଉତ୍ସବ ମୁଖର । ସମସ୍ତେ ନିଆରା ରୂପରେ ଏହି ପର୍ବକୁ ପାଳନ କରିଥାନ୍ତି । କିଏ ମିଠା ଖାଇ ପାଳନ କରୁଛି ତ ଆଲୋକମାଳାରେ ଘରକୁ ସଜାଉଛି । ତେବେ ଦୀପାବଳିରେ ଅନେକ ଲୋକ ଘରକୁ ରଙ୍ଗୋଲୀରେ ସଜାଇଥାନ୍ତି । ତେବେ ରାଜଧାନୀର ପ୍ରିୟଙ୍କା ସାହାଣୀଙ୍କ ରଙ୍ଗୋଲି ବେଶ ମନ ମୁଗ୍ଧକର ହୋଇଛି । ୧୦୮ଟି ଦୀପରେ ସେ ମା’କାଳୀଙ୍କ ଏକ ରଙ୍ଗୋଲି କରିଛନ୍ତି । ସମ୍ବଲପୁରୀ ଡିଜାଇନ, ମନ୍ଦାର ଫୁଲ ଏବଂ ଅନ୍ୟ ସମାଗ୍ରୀ ବ୍ୟବହାର କରି ସେ କରିଥିବା ରଙ୍ଗୋଲିଟି ସମସ୍ତଙ୍କର ମନକୁ ମୋହିଛି ।