Odia News Portal

କଣ ରହିଛି ବାତ୍ୟାର ସ୍ଥିତି

ବାତ୍ୟା ଜୱାଦକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ପ୍ରେସମିଟ୍ । ଜୱାଦ ଓଡ଼ିଶା ଉପକୂଳକୁ ଛୁଇଁବା ବେଳକୁ ଏହା ତୀବ୍ର ଅବପାତରେ ପରିଣତ ହୋଇଥିବ । ଯେଉଁଥିପାଇଁ ପବନର ବେଗ କମ ରହିବା ସହ ବର୍ଷାର ପରିମାଣ ବଢିପାରେ ବୋଲି କହିଛନ୍ତି ଏସଆରସି । ଏହାସହ ଜୱାଦ ବାବଦରେ ସୂଚନା ଦେଇ ଏସଆରସି କହିଛନ୍ତି,

୬ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ଜୱାଦ

ଗୋପାଳପୁର ଠାରୁ ୩୧୦, ପୁରୀରୁ ୩୯୦, ପାରାଦ୍ୱୀପରୁ ୪୭୦ କି.ମି ଦୂରରେ ରହିଛି

ଆଜି ରାତି ୯ଟାରୁ ମଧ୍ୟରାତ୍ରୀ ଭିତରେ ଦିଗ ବଦଳାଇବ ଜୱାଦ

ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଞ୍ଚିବ

ପୁରୀ ଉପକୂଳରେ ପହଞ୍ଚିବା ବେଳକୁ ତୀବ୍ର ଅବପାତର ରୂପ ନେଇଥିବ ଜୱାଦ

ଏହି ସମୟରେ ଘଣ୍ଟାକୁ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ

ସ୍ଥଳଭାଗ ଆଡକୁ ଆସି ପୁଣିଥରେ ପଶ୍ଚିମବଙ୍ଗ ଆଡକୁ ଗତି କରିବ

ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ଆଜି ଅତି ପ୍ରବଳ ବର୍ଷା ସମ୍ଭାବନା

କଟକ ଓ ଭୁବନେଶ୍ୱରରେ ୨୦୦ରୁ ଅଧିକ ମିଲିମିଟର ବର୍ଷା ହୋଇପାରେ