Odia News Portal

ଭାର୍ଗବୀ ନଦୀ ବେଆଇନ୍ ବାଲି ଚୋରା ଚାଲଣ ଜବତ କଲା ପୋଲିସ୍

ରାତି ଅଧିଆ ଚାଲୁଥିଲା ବେଆଇନ ବାଲି ଚୋରା ଚାଲାଣ । ଗାଁ ଲୋକମାନେ ବିରୋଧ କରିବାକୁ ସେମାନଙ୍କୁ ଧମକ ଦେବା ସହ ନାଲି ଆଖି ମଧ୍ୟ ଦେଖାଉଥିଲେ ଚାଲାଣକାରୀ। ସମ୍ପୃକ୍ତ ଅଞ୍ଚଳରେ ମଧ୍ୟ ୧୪୪ ଧାରା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିଲା। ଶନିବାର ରାତିରେ ପୋଲିସ ଘଟଣାସ୍ଥଳରେ ଚଢ଼ଉ କରି ବାଲିଚୋରି ଯନ୍ତ୍ରାଂଶ ଜବତ କରିଛି।
ସୂଚନା ମୁତାବକ ବାଲିପାଟଣା ତହସିଲ ଅଧୀନ ମୁକୁନ୍ଦଦାଶପୁର ମୌଜାରେ ଥିବା ଭାର୍ଗବୀ ନଦୀରୁ ବାରମ୍ବାର ବାଲି ଚୋରା ଚାଲାଣ ହେଉଥିଲା। ଏହି ଅଞ୍ଚଳରେ ୧୪୪ ଧାରା ଲାଗୁ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ପାଖରେ ଆବେଦନ କରାଯାଇଥିଲା। । ଭୁବନେଶ୍ଵର ଡିସିପି କୋର୍ଟ ଏହି ୫୪ଏକର ପରିମିତ ନଦୀପଠା ଅଞ୍ଚଳରେ ୧୪୪ଧାରା ଜାରି କରିଥିଲେ।
ଏହାପରେ ମଧ୍ୟ ବାଲି ମାଫିଆମାନେ ନିୟମ ଉଲଙ୍ଘନ କରି ବେଆଇନ ଭାବେ ବାଲି ଚୋରି କରୁଥିଲେ। ଏକ ବିଶେଷ ସୂତ୍ରରୁ ବାଲି ଚୋରି ହେଉଥିବା ଖବର ପାଇ ଶନିବାର ରାତିରେ ଉଭୟ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପହଞ୍ଚି ତିନୋଟି ବାଲି ଉଠାଇବା ମେସିନ ଯବତ କରିଛି। ପୋଲିସଙ୍କୁ ଦେଖି ଘଟଣା ସ୍ଥଳରୁ ଏକ ହାଇୱା ଟ୍ରକ ଫେରାର ହୋଇଯାଇଛି।