୧୦ ଦିନ ବନ୍ଦ ହେଲା ଭିତରକନିକା । କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ । ଜାନୁୟାରୀ ୨ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ ବଉଳା କୁମ୍ଭୀର ଗଣନା । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ୟ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ଜାନୁୟାରୀ ୨ତାରିଖରୁ ୧୧ ତାରିଖ ଯାଏଁ ୧୦ ଦିନ ଧରି ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ ।
୨ତାରିଖରୁ ୫ତାରିଖ ଯାଏଁ ନଦୀ ଶାନ୍ତ ପଡ଼ିପାରେ । ୬ତାରିଖ ଠାରୁ ଭିତରକନିକାରେ ଥିବା ନଦୀ ଓ ନାଳମାନଙ୍କରେ ହୁଲିଡଙ୍ଗା ସାହାର୍ୟ୍ୟରେ କୁମ୍ଭୀର ଗଣନା କରାଯିବ । ଏହି ଗଣନା ୧୦ଦିନ ଧରି କରାଯିବ ଏବଂ ଏହି ସମୟରେ ଭିତରକନିକାକୁ କୌଣସି ପର୍ୟ୍ୟଟକ ପ୍ରବେଶ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଡା. ଯଜ୍ଞଦତ୍ତ ପତି ।