Odia News Portal

ସାଇବର ଥାନାର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟରେ ୧୪ ଟି ସାଇବର ଥାନା ଖୋଲିବ । ଥାନାର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଅନ୍ୟ ୩ଟି ସ୍ଥାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଥାନାରେ ୧୫୪ ପୋଲିସ କର୍ମଚାରୀ ଓ ୯୦ଜଣ ବିଶେଷଜ୍ଞ ନିୟୋଜିତ ହେବେ। ରାଉରକେଲା,ସମ୍ବଲପୁର ଓ ବ୍ରହ୍ମପୁରରେ କାର୍ୟ୍ୟ କରୁଥିବା ୩ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ। ଥାନାରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି ହେବ ।
ଅପରାଧର ଶିକାର ହୋଇଥିବା ଲୋକମାନେ କିପରି ଉପଯୁକ୍ତ ନ୍ୟାୟ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରର ବିଭିନ୍ନ ଅଞ୍ଚଳରେ ୧୪ଟି ସ୍ୱତନ୍ତ୍ର ଥାନାର ଶୁଭାରମ୍ଭ କରୁଛନ୍ତ।