କଟକ: କଟକ ବିଡାନାସୀ ଥାନା ସତୀଚୌରା ଅଞ୍ଚଳରୁ ନାବାଳିକାକୁ ଅପହରଣ କରି ନେଇ ରାଜ୍ୟ ବାହାରେ ରଖି ଦୁଷ୍କର୍ମ କରିବା ଘଟଣାରେ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତ ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ଅମିତ ବିନ୍ଧାଣିକୁ ଆଜୀବନ କାରାଦଣ୍ଡ ଅର୍ଥାତ୍ ମୃତ୍ୟୁ ପର୍ୟ୍ୟନ୍ତ ଜେଲରେ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ। ଅନ୍ୟତମ ଦୋଷୀ ଅମିତଙ୍କ ପତ୍ନୀ ଆଶା ଲୋହାରକୁ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ୨୦ ବର୍ଷର କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି।
ଅନ୍ୟ ପଟେ ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ଦିଆଯିବ। ୩ ଲକ୍ଷ ଟଙ୍କା ପୀଡ଼ିତା ନାଁରେ ଫିକ୍ସ ଡିପୋଜିଟ ପାଇଁ ନିର୍ଦ୍ଦେଶ ଥିବା ବେଳେ ଅନ୍ୟ ଦୁଇ ଲକ୍ଷ ଟଙ୍କା ପୀଡ଼ିତାଙ୍କ ଅଭିଭାବକଙ୍କୁ ଦେବାକୁ କୁହାଯାଇଛି। ୨୦ଟି ତଥ୍ୟ ପ୍ରମାଣ ଓ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ସ୍ୱତନ୍ତ୍ର କୋର୍ଟ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି।
ସୂଚନା ଅନୁସାରେ ୨୦୧୯ ମସିହା ଜୁଲାଇ ୧୮ ତାରିଖରେ ସତୀଚୌରା ଅଞ୍ଚଳରୁ ନାବାଳିକାକୁ ଅପହରଣ କରି ନେଇଥିଲେ ଦୋଷୀ ଦମ୍ପତି। ବିକ୍ରି କରିବା ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରି ଟାଟା ଜାମସେଦପୁରକୁ ନେଇ ଯାଇଥିଲେ। ସେଠାରେ ୮ ଦିନ ରଖିଥିଲେ। ଏହି ୮ ଦିନ ଧରି ଅମିତ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା। ଏଥିରେ ତାଙ୍କୁ ପତ୍ନୀ ଆଶା ଲୋହାର ସହାୟତା କରିଥିଲା। ଏହି ଦମ୍ପତି ସତୀଚୌରା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିବା ବେଳେ ସେଠାରେ ଏକ ବସ୍ତିରେ ରହୁଥିଲା ପୀଡ଼ିତା ନାବାଳିକା। ନାବାଳିକାକୁ ନିଶା ଦେଇ ଦମ୍ପତି ଟାଟା ନେଇ ଯାଇଥିଲେ। ବିଡାନାସୀ ଥାନାର ତତ୍କାଳୀନ ଆଇଆଇସି ଲକ୍ଷ୍ମୀ ନାରାୟଣ ତିୱାରୀ ଘଟଣାର ତଦନ୍ତ କରି ଟାଟାରେ ପହଞ୍ଚିଥିଲେ। ଏହି ଦୁଇ ଦୋଷୀଙ୍କ ନାଁରେ ସେଠାରେ ମଧ୍ୟ ଏଭଳି ଅପରାଧ ରହିଥିବା ଜଣାପଡ଼ିଛି।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
						
			