ନୟାଗଡ ମେଡିକାଲରେ ନବଜାତକ ଶିଶୁ ନିଖୋଜ ଘଟଣାରେ ନର୍ସ , ଆଟେଣ୍ଡାଣ୍ଟ  ଏବଂ ଆଶାକର୍ମୀଙ୍କୁ  ଟାଉନ ଥାନା ପୋଲିସ  ଗିରଫ କରିଛି।
 ଇଟାମାଟି ଥାନା ନୋତର ଗାଁର ରବି ସ୍ୱାଇଁଙ୍କ ସ୍ତ୍ରୀ ଜଲି ଗତ ୨୮ତାରିଖ ଦିନ ପ୍ରସବ ପାଇଁ ଆଶାକର୍ମୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ । କିଛି ସମୟପରେ ତାଙ୍କର ଏକ ପୁତ୍ରସନ୍ତାନ ଜନ୍ମ ହେବାପରେ ଆଶାକର୍ମୀ କାମଥିବାରୁ ସେଠାରୁ ପଳାଇଯାଇଥିଲେ । ଜଣେ ନର୍ସ ଛୁଆକୁ ଟିକା ଦିଆଯିବ କହି ଜଲିଙ୍କଠାରୁ ଛୁଆକୁ ନେଇ ଆଉ ଫେରାଇନଥିଲେ । ପରେ ଅପରାହ୍ନରେ ଛୁଆ ଅସୁସ୍ଥ ଅଛି ଏବଂ ତାକୁ ଆଇସିୟୁରେ ରଖାଯାଇଛି କହି ଜଲିଙ୍କୁ ଘରକୁ ପଠାଇଦେଇଥିଲେ ସମ୍ପୃକ୍ତ ନର୍ସ । ସେପଟେ ଛୁଆ ସମ୍ପର୍କରେ ଜାଣିବା ପାଇଁ ସ୍ୱାମୀ ସ୍ତ୍ରୀ ପ୍ରତ୍ୟେକ ଦିନ ମେଡିକାଲକୁ ଆସୁଥିଲେ ମଧ୍ୟ ଛୁଆକୁ ଦେଖିପାରିନଥିଲେ ବୋଲି ଶିଶୁର ବାପା ୨ତାରିଖରେ ଗଣମାଧ୍ୟମକୁ କହିଥିଲେ । ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଶିଶୁର ବାପାମାଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ୩ ତାରିଖରେ ଛୁଆକୁ ଉଦ୍ଧାର କରିଥିଲା  ।  ପୋଲିସ ଏହି ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଥିଲା।
 ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ସମ୍ପର୍କରେ ତଦନ୍ତ ଚାଲିଥିବା ଏସପି କହିଛନ୍ତି । ଶିଶୁକୁ ବିକ୍ରି କରିଯାଇଥିଲା ନା ଚୋରି କରାଯାଇଥିଲା ସେ ସମ୍ପର୍କରେ ତଦନ୍ତ ବାଧା ଆଶଙ୍କାରେ ପୋଲିସ  କୌଣସି ସ୍ପଷ୍ଟ  ସୂଚନା ଦେଇନାହିଁ ।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
						
			