Odia News Portal

୨୩ ହଜାର ୪୩୬ ରୁଦ୍ରାକ୍ଷରେ ମହାଦେବଙ୍କ ବାଲୁକା କଳା

ମହାଦେବଙ୍କ ପାଇଁ ବିଶାଳ ବାଲୁକା କଳା । ପୁରୀ ସମୁଦ୍ର କୂଳରେ ବାଲୁକା କଳାରେ ମହାଦେବଙ୍କୁ ଆରଧନା କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବିଶେଷ୍ୱତ ହେଉଛି, ଏଥିରେ ୨୩ ହଜାର ୪୩୬ ରୁଦ୍ରାକ୍ଷ ବ୍ୟବହାର କରିଛନ୍ତି । ମହାଦେବଙ୍କ ମସ୍ତକ, ଜଟ , ଶିବଲିଙ୍ଗ ରୁଦ୍ରାକ୍ଷରେ ସଜା ହୋଇଛି । ମହାଦେବଙ୍କ ଏହି ବାଲୁକା କଳା ମାଧ୍ୟମରେ ବିଶ୍ୱରେ ଶାନ୍ତିର ବାର୍ତ୍ତା ବାଣ୍ଟିଛନ୍ତି । ୟୁକ୍ରେନ-ରୁଷିଆ ମଧ୍ୟରେ ଥିବା ବିବାଦ ସମାଧାନ ହେଉ ବୋଲି ସେ ବାର୍ତ୍ତା ଦେଇଛନ୍ତି ।