ପ୍ରଚାର ବେଳେ ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଲେ ନବୀନ । ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢୁଛି କହିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ତୋଳାଳିଙ୍କ ହକ୍ ପାଇଁ, ଚାଷୀଙ୍କ ଉନ୍ନତି ପାଇଁ କାମ କରୁଛୁ । ମା ମାନଙ୍କ ଉନ୍ନତି ପାଇଁ ଓଡ଼ିଶା ସବୁଠାରୁ ଭଲ କାମ କରୁଛି । ମା’ ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ କହିଲେ ନବୀନ । ଆପଣମାନଙ୍କ ଅନେକ ଦାବି ରହିଛି, ଆପଣମାନଙ୍କ ସ୍ୱପ୍ନ ସାକାର ହେବ ।