ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗ ଏବେ ଲୋକସଭାରେ ପହଞ୍ଚିସାରିଛି । ବିଜେପି ସାଂସଦ ସୁରେଶ ପୂଜାରୀ ଏବେ ଏହି ମାମଲାକୁ ଲୋକସଭାରେ ଉଠାଇଛନ୍ତି । ଏଭଳି ଏକ ମାମଲାର ସିବିଆଇ ତଦନ୍ତକରାଯିବା ଉଚିତ ବୋଲି ଦାବି କରିଛନ୍ତି ସୁରେଶ ପୂଜାରୀ ।
ଏହାସହିତ ଫାଷ୍ଟଟ୍ରାକ କୋର୍ଟରେ ଏହି ମାମଲାର ଦାବି କରିଛନ୍ତି ବିଜେପି ସାଂସଦ । କେବଳ ସେତିକି ନୁହେଁ ଓଡିଶା ପୋଲିସର କରୁଥିବା ତଦନ୍ତକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଯଦି ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଓଡିଶା ପୋଲିସ କରେ, ତେବେ ଏହା ବାଟବଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଛନ୍ତି ସୁରେଶ । ଅର୍ଚ୍ଚନା ନାଗ ଏବଂ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟ ଏଥିରେ ଲାଏଡିଟେକ୍ସନ ଟେଷ୍ଟ କରିବା ପାଇଁ ସେ ଦାବି କରିଛନ୍ତି ।