Odia News Portal

ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ଯୁଦ୍ଧପୋତ

ସ୍ୱଦେଶ ନିର୍ମିତ P15B ଷ୍ଟିଲ୍‌ଥ ଗାଇଡେଡ଼୍‌ ମିସାଇଲ୍‌ ଯୁଦ୍ଧପୋତ ‘ମୋରମୁଗାଓ’ ଭାରତୀୟ ନୌସେନାରେ ସାମିଲ ହୋଇଛି।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ମୁମ୍ବାଇରେ ଯୁଦ୍ଧପୋତକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି। ‘ମୋରମୁଗାଓ’ ସାହାଯ୍ୟରେ ଭାରତୀୟ ନୌସେନାର ଭାରତ ମହାସାଗରରେ କ୍ଷମତା ବୃଦ୍ଧି ପାଇବ ଏବଂ ଦେଶର ସାମୁଦ୍ରିକ ସୀମାର ସୁରକ୍ଷା ଦୃଢ ହେବ।