ଗରିବ ଖଟିଖିଆ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆଣିଛନ୍ତି ରାଜ୍ୟ ସରକାର । ମହଙ୍ଗା ମାଡରୁ ମିଳିବ ମୁକ୍ତି । ଏଣିକି ରାଜ୍ୟରେ କମ୍ ହେବ ଗ୍ୟାସ ସିଲିଣ୍ଡରର ଦାମ୍ । ମାତ୍ର ୫୦୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ । ତେବେ ଏହି ନିୟମ ଲାଗୁ କରିଛନ୍ତି ରାଜସ୍ଥାନ ସରକାର । ଲୋକଙ୍କୁ ୫୦୦ ଟଙ୍କାରେ ଗ୍ୟାସ ଦେବା ପାଇଁ ସେ ଘୋଷଣା କରିଛନ୍ତି ।
ସାରା ଦେଶରେ ମହଙ୍ଗା ମାଡ ହେଉଥିବା ବେଳେ ଏଥିରୁ ଲୋକମାନଙ୍କୁ ଏଥିରୁ ମୁକ୍ତି ଦେବା ପାଇଁ ପ୍ରୟାସ କରୁଛନ୍ତି ରାଜସ୍ଥାନ ସରକାର । ପ୍ରଥମେ ପଦକ୍ଷେପ ଗ୍ୟାସ ସିଲିଣ୍ଡର ଉପରେ ସେ ଏକ ବଡ ଘୋଷଣା କରିଛନ୍ତି । ଏଣିକି ଲୋକମାନଙ୍କୁ ମାତ୍ର ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର । ବିପିଏଲ ପରିବାରକୁ ୫ ଶହ ଟଭ୍କାରେ ରୋଷେଇ ଗ୍ୟାସ ଯୋଗାଇ ଦେବାକୁ ରାଜସ୍ତାନ ସରକାର ଘୋଷଣା କରିଛନ୍ତି । ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷରେ ୧୨ଟି ସିଲିଣ୍ଡର ଯୋଗାଇ ଦେବା ପାଇଁ ଘୋଷଣା କରାଯାଇଛି । ଅଲୱାରରେ ଏକ ସଭାରେ ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ।