ରାଜ୍ୟରେ ମୋବାଇଲ ନେଟଓ୍ବାର୍କର କନେକ୍ଟିଭିଟି ବଢାଇବା ପାଇଁ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜ ଦାବି କଲେ । ୨୦୨୧ ମାର୍ଚ୍ଚ ସୁଦ୍ଧା ୬୨୭୮ଟି ଗାଁରେ ଏପର୍ଯ୍ୟନ୍ତ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ ନାହିଁ । ସେଠାରେ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ କରିବା ପାଇଁ ଏକ ହଜାର ମୋବାଇଲ ଟାଓ୍ବାରର ଆବଶ୍ୟକତା ରହିଛି । ବର୍ତ୍ତମାନର ସମୟରେ ମୋବାଇଲ ସମସ୍ତଙ୍କ ଜୀବନରେ ଆବଶ୍ୟକ ।
ଏଭଳି କ୍ଷେତ୍ରରେ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ କରାଇବାର ଆବଶ୍ୟକତା ରହିଛି । ଦେଶର ଅନ୍ୟ ରାଜ୍ୟଠାରୁ ଓଡ଼ିଶାର ଅଧିକ ଅଞ୍ଚଳରେ ଏବେବି ମୋବାଇଲ ଟାଓ୍ବାର ଉପଲବଧ ନାହିଁ । ତେଣୁ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ନେବା ସହ ମୋବାଇଲ ଟାଓ୍ବାର ଉପଲବ୍ଧ କରାନ୍ତୁ ବୋଲି ମାନସ ମଙ୍ଗରାଜ ଦାବି କରିଛନ୍ତି ।