Odia News Portal

ଗଜପତି ଜିଲ୍ଲାରେ କିଛି ଅଞ୍ଚଳରେ ଭୂକମ୍ପ ଝଟକା

ଗଜପତି ଜିଲ୍ଲାରେ ଆଜି ସକାଳେ ମୃଦୁ ଭୂକମ୍ପ ଅନଭୂତ ହୋଇଛି। ମୋହନା, ଆର୍. ଉଦୟଗିରିର ବିଭିନ୍ନ ଅଞ୍ଚଳରେ ଆଜି ସକାଳ ୯ଟା ୪୬ ମନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି। ଭୂପୃଷ୍ଠଠୁ ୫ କିମି ଗଭୀରରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରାୟ ୫ରୁ୬ ସେକେଣ୍ଡ ପାଇଁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏଥିଯୋଗୁଁ ଲୋକେ ଭୟରେ ଘର ବାହାରକୁ ଚାଲି ଆସିଥିଲେ।