ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ପାଇଁ ଆଜି ବାଲେଶ୍ୱର ଗସ୍ତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଗସ୍ତ ସମୟରେ ଏକ ଅଘଟଣ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗକୁ ଜଣେ ଦିବ୍ୟାଙ୍ଗ ଯୁବକ ପଶି ଆସିଥିବା ଦେଖାଯାଇଛି ।
ନିଜର କିଛି ଦାବି ଜଣାଇବା ଉଦ୍ଦେଶ୍ୟରେ ଏହି ବ୍ୟକ୍ତି ଜଣକ ଏପରି ପଦକ୍ଷେପ ନେଇଛନ୍ତି । ତେବେ ଏହା ଏକ ବଡ ଅଘଟଣ ଘଟିବା ପୂର୍ବରୁ ପୋଲିସ କର୍ମଚାରୀ ଯୁବକଙ୍କୁ ଉଠାଇ ନେଇଛନ୍ତି । ରାସ୍ତା ଉପରୁ ଦିବ୍ୟାଙ୍ଗ ଯୁବକଙ୍କୁ ଉଠାଇ ହେପାଜତକୁ ନେଇଛି ପୋଲିସ ଡିପାର୍ଟମେଣ୍ଟ । ଦିବ୍ୟାଙ୍ଗ ଯୁବକ ଜଣକ ଖଇରା ଅଞ୍ଚଳର ହୋଇଥିବା ନେଇ ସୂଚନା ମିଳିଛି । ଆବାସ ଯୋଜନାରେ ଘରଟିଏ ପାଇଁ ଦାବି କରିଛନ୍ତି ସମ୍ପୃକ୍ତ ଦିବ୍ୟାଙ୍ଗ ।