Odia News Portal

ହକି ବିଶ୍ୱକପ୍‌ : ରାଜଧାନୀରେ ମୁତୟନ ହେବେ ୫୦ ପ୍ଲାଟୁନ୍‌ ଫୋର୍ସ

ହକି ବିଶ୍ୱକପ୍‌ ୨୦୨୩ ପ୍ରସ୍ତୁତି । ହକି ବିଶ୍ୱକପ୍‌ ପାଇଁ ରାଜଧାନୀରେ ୫୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁୟତନ ରହିବେ । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାରେ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ହକି ବିଶ୍ୱକପ୍‌ରେ ଖେଳାଳିଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯିବ । ଖାସ୍‌ କରି ସଂଧ୍ୟା ସମୟରେ ବିଭିନ୍ନ ସ୍ଥାନମାନଙ୍କରେ ନାକାବନ୍ଦୀ କରାଯିବ । ବିଶ୍ୱକପ୍‌ ପାଇଁ ରାଜଧାନୀରେ ମୋଟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ବିମାନବନ୍ଦରରୁ ବାହାରିବା ପରେ ଖଳାଳିଙ୍କୁ କଡା ସୁରକ୍ଷାରେ ହୋଟଲେ ପର୍ଯ୍ୟନ୍ତ ନିଆଯିବ ।

ସୂଚନାଯୋଗ୍ୟ ଯେ, ଆସନ୍ତାବର୍ଷ ମାନେ ୨୦୨୩, ଜାନୁଆରୀ ମାସ ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ର ଆୟୋଜନ ହେବ । ଯାହା ଜାନୁରୀ ୨୯ ପର୍ଯ୍ୟନ୍ତ ଚାଲିବ । ମୋଟ ୧୬ ଦିନ ଚାଲିବ ହକି ମହାକୁମ୍ଭ ।