ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଯୋଗଦେବା ସହ ନିଜର ଅଭିଭାଷଣ ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ସୌଭାଗ୍ୟ ଯେ ମୁଁ ଆପଣଙ୍କୁ ଏହି ସମ୍ମିଳନୀରେ ସ୍ୱାଗତ କରୁଛି । ବିଶ୍ୱର ବିଭିନ୍ନ ସ୍ଥାନରୁ ଆପଣ ମାନେ ଆସି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଏକତା ଏବଂ ଏକତାର ସ୍ୱର । ଗତବର୍ଷ ଯୁଦ୍ଧ, ବିବାଦ ଓ ଆତଙ୍କବାଦକୁ ନେଇ ଶେଷ ହୋଇଛି । ବର୍ତ୍ତମାନ ଆମେ ଆଉ ଏକ ନୂଆବର୍ଷ ପାଇଛୁ । ବିଶ୍ୱସ୍ତରରେ ଅସ୍ଥିରତା କେତେ ଦିନ ଚାଲିବ ତାହା ଅନୁମାନ କରିବା କଷ୍ଟସାଧ୍ୟ । ଏଭଳି ପରିସ୍ଥିତିରେ ଆମର (ଗ୍ଲୋବାଲ୍ ସାଉଥ୍) ଭବିଷ୍ୟତ ସବୁଠାରୁ ଅଧିକ ବିପଦରେ ରହିଛି । ଭାରତ ସବୁବେଳେ ବିକାଶର ଅଭିଜ୍ଞତା ବାଣ୍ଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୂଚନା ଥାଉ କି, ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଳନୀରେ ୧୨୦ଟି ଦେଶ ଅଂଶ ଗ୍ରହଣ କରିବାକୁ ନେଇ ନିମନ୍ତ୍ରଣ ଦିଆଯାଇଥିଲା । ଭାରତ ଏହାର ନେତୃତ୍ୱ ନେଇଛି । ଏହି ସମ୍ମିଳନୀରେ ସମସ୍ତଙ୍କ ସ୍ୱର କିପରି ଏକାଠି ହେବ ଏବଂ ଶାଣିତ ହୋଇପାରିବ ସେନେଇ ଆୟୋଜନ କରାଯାଇଛି ।
