Odia News Portal

ଧର୍ମଶାଳାରେ ଭୂକମ୍ପ ଝଟକା

ହିମାଚଳ ପ୍ରଦେଶରେ ଶନିବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ହିମାଚଳ ପ୍ରଦେଶର ଧର୍ମଶାଳା ନିକଟରେ ଆଜି ସକାଳ ୫ଟା ୧୭ରେ ଭୂକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୨ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଧର୍ମଶାଳାରୁ ୨୨ କିଲୋମିଟର ପୂର୍ବରେ ଅନୁଭବ ହୋଇଛି। ତେବେ ଏହି ଭୂକମ୍ପରେ କୌଣସି ଧନଜୀବନ ନଷ୍ଟ ହୋଇ ନାହିଁ ବୋଲି ସୂଚନା ମିଳିଛି।