Odia News Portal

ବିମାନ ଦୁର୍ଘଟଣା:୩୨ ମୃତ

ନେପାଳରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା । ଏଥିରେ ୩୨ଜଣଙ୍କ ଜୀବନ ଯାଇଛି । ପୋଖରା ବିମାନବନ୍ଦର ରନୱେରେ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରନୱେରେ ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳୁଛି ବିମାନ । ବିମାନରେ ୬୮ ଯାତ୍ରୀ ଓ ୪ କ୍ରିଉ ମେମ୍ବର ଥିଲେ । ବିମାନରୁ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି । ୩୨ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ନେପାଳ ସେନାବାହିନୀ । ଦୁର୍ଘଟଣାଗ୍ରସ୍ତ ବିମାନଟି ୟେଡି ଏୟାରଲାଇନ୍ସର ସୂଚନା । ଗତ ୧ରୁ ବିମାନବନ୍ଦରରୁ ଉଡାଣ ଆରମ୍ଭ ହୋଇଥିଲା ।