Odia News Portal

ନେପାଳ ଦୁର୍ଘଟଣା: ମିଳିଲା ବିମାନର ବ୍ଲାକବକ୍ସ ଏବେ ଜଣାପଡିବ ପ୍ରକୃତ କାରଣ

ନେପାଳର ପୋଖରାରେ ହୋଇଥିବା ବିମାନ ଦୁର୍ଘଟଣା ପରେ ୟେତି ବିମାନର ବ୍ଲାକବକ୍ସ ମିଳିଛି । ଏବେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଜଣାପଡିବ। ଆଜି ଉଦ୍ଧାରକାରୀ ଦଳ ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାସ୍ଥଳରୁ ବ୍ଲାକବକ୍ସକୁ ଠାବ କରିଛନ୍ତି। ବିମାନର ବ୍ଲାକବକ୍ସରେ ଦୁର୍ଘଟଣାର ପ୍ରକୃତ କାରଣ ରେକର୍ଡ ହୋଇ ରହିଥାଏ। ତେବେ କେଉଁ କାରଣ ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା, ତାହା ବ୍ଲାକବକ୍ସରୁ ଜଣାପଡିଛି ।

ଦୁର୍ଘଟଣା ଦିନ ଉଦ୍ଧାରକାରୀ ଦଳଙ୍କୁ ୬୮ ଜଣଙ୍କ ମୃତଦେହ ମିଳିଥିଲା। ବାକି ୪ ଜଣଙ୍କୁ ଠାବ କରିବା ପାଇଁ ଆଜି ସକାଳୁ ପୁଣି ସର୍ଚ୍ଚ ଅଭିଯାନ ଆରମ୍ଭ କରାଯାଇଛି। ଏହି ସମୟରେ ଘଟଣାସ୍ଥଳରୁ ବ୍ଲାକବକ୍ସ ମିଳିଥିବା କାଠମାଣ୍ଡୁ ଏୟାରପୋର୍ଟର ଅଧିକାରୀ ଶେର ବାହାଦୂର ଠାକୁର କହିଛନ୍ତି। ତେବେ ଏଯାଏ ବିମାନରେ ଥିବା ବାକି ୪ ଜଣଙ୍କ ମୃତଦେହ ମିଳିନାହିଁ।

ସୂଚନାଯୋଗ୍ୟ, ୭୨ ସିଟ୍ ବିଶିଷ୍ଟ ୟେତି ATR- ୭୨ ବିମାନରେ ୬୮ ଯାତ୍ରୀ ଓ ୪ କ୍ର୍ୟୁ ମେମ୍ବର ଥିଲେ। ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବାରୁ ଏହା ମଧ୍ୟରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଉଦ୍ଧାରକାରୀ ଦଳ ଏବେ ବି ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ବିମାନରେ ୫୩ଜଣ ନେପାଳୀ, ୫ଜଣ ଭାରତୀୟ, ୪ଜଣ ରୁଷୀୟ, ୨ଜଣ କୋରିଆନ୍, ଜଣେ ଆର୍ଜେଣ୍ଟିନା ଓ ଜଣେ ଫ୍ରାନ୍ସ ଯାତ୍ରୀ ରହିଥିଲେ । ବିମାନଟି ରବିବାର ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା। ତେବେ ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଗୋଟିଏ ପଟକୁ ଦାବି ହୋଇ ଶେଷରେ ଦୁର୍ଘଟଣା ହୋଇଛି ବୋଲି ଏୟାରଲାଇନ୍ସ କହିଛି।

ବିମାନ ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ମୃତ ହୋଇଛି । ସେମାନଙ୍କର ପରିଚୟ ହେଉଛି ସଂଜୟ, ସୋନୁ ଜୟସଓ୍ଵାଲ, ବିଶାଲ ଶର୍ମା, ଅନିଲ ରାଜଭର ଏବଂ ଅଭିଷେକ କୁଶଓ୍ଵାହା ପ୍ରମୁଖ ମୃତ୍ୟୁବରଣ କରିଛନ୍ତି । ୫ ଭାରତୀୟ ମୃତ ଖବର ଶୁଣିବା ପରେ ପ୍ର