Odia News Portal

ରେଳ ବିଭାଗ ତରଫରୁ ଜାରି ହେଲା ନୂଆ ଗାଇଡଲାଇନ

ଭାରତରେ ଅଧିକାଂଶ ଲୋକେ ଟ୍ରାଭେଲ କରିବା ପାଇଁ ଟ୍ରେନ ଉପରେ ନିର୍ଭର କରିଥାନ୍ତି । ସମସ୍ତଙ୍କର ପ୍ରଥମ ପସନ୍ଦ ଏବେ ଟ୍ରେନ । ଆଉ ଭାରତୀୟ ରେଲୱେ ନେଟୱର୍କ ଦେଶର ପ୍ରତି କୋଣ ଅନୁକୋଣ ସହ ଯୋଡା । ଯେଉଁଠାରେ ପକ୍କା ସଡକ ବି ଯାଇନି ସେଠାରେ ଯାଇଛି ଇଣ୍ଡିଆନ ରେଲୱେ ଟ୍ରାକ୍‌ । ଟ୍ରେନରେ ଯାତାୟାତ କରିବାକୁ କୌଣସି ସମସ୍ୟା ନାହିଁ । ଯେତେ ଦୂର ଗଲେ ବି ଆପଣ ଆପଣଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଉଛନ୍ତି । ଭାରତୀୟ ରେଳରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି।

ରେଳ ଯାତ୍ରା ଆରାମ ଦାୟକ ସହ ସୁରକ୍ଷିତ ହୋଇଥାଏ। ଆଫଡେବଲ ପ୍ରାଇସରେ କମ ସମୟ ମଧ୍ୟରେ ଏହା ଆମକୁ ଡେଷ୍ଟିନେସନ ପ୍ଲେସରେ ପହଞ୍ଚାଇଦିଏ। ତେଣୁ ରେଳ ବିଭାଗ ସୁବବେଳେ ନିଜ ଯାତ୍ରୀଙ୍କ ପାଇଁ ସୁବିଧା କାରୀ ନିୟମ ବାହାର କରିଥାଏ। ଭାରତୀୟ ରେଳ ବିଭାଗ ତରଫରୁ ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ବାହାର କରା ଯାଇଛି। ଏବେ ରେଳବିଭାଗ ତରଫରୁ ଆଉ ଏକ ବଡ଼ ନିୟମ ବାହାର କରାଯାଇଛି। ଯାହାକୁ ପ୍ରତ୍ୟେକ ଲୋକ ଜାଣିବା ଆବଶ୍ୟକ। ରେଲୱେ ନିୟମରେ ଯାତ୍ରୀ ମାନଙ୍କୁ ନେଇ କିଛି ନା କିଛି ନୂଆ ନିୟମ ଜାରି କରାଯାଉଛି । ତେବେ ବର୍ତ୍ତମାନ ଟ୍ରେନ ଗାଇଡ଼ଲାଇନରେ ଏକ ନୂତନ ନିୟମ ଜାରି କରାଯାଇଛି। ତେଣୁ ଯେତେବେଳେ ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, କୌଣସି ଭୁଲ କରନ୍ତୁ ନାହିଁ । ଏକ ଛୋଟ ଭୁଲ ମଧ୍ୟ ଆପଣଙ୍କୁ ବଡ ଅସୁବିଧାରେ ପକାଇପାରେ। ବାସ୍ତବରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି। ଏହି ଜିନିଷ ସାଧାରଣତଃ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଏହାକୁ ଜାଣିବା ନିହାତି ଆବଶ୍ୟକ।

ରେଳବାଇର ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଆପଣଙ୍କ ସିଟ୍, କମ୍ପାର୍ଟମେଣ୍ଟ କିମ୍ବା କୋଚରେ କୌଣସି ଯାତ୍ରୀ ମୋବାଇଲରେ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିପାରିବେ ନାହିଁ କିମ୍ବା ଉଚ୍ଚ ସ୍ୱରରେ ଗୀତ ଶୁଣିବେ ନାହିଁ । ରେଳବାଇ ଏକ ନୂତନ ଗାଇଡଲାଇନ ଜାରି କରିଛି ଯାହା ଦ୍ୱାରା ଯାତ୍ରୀଙ୍କ ନିଦରେ ଅସୁବିଧା ହେବନାହିଁ ଏବଂ ଯାତ୍ରା ସମୟରେ ସେମାନେ ଶାନ୍ତିରେ ଶୋଇ ପାରିବେ। ଖବର ଅନୁଯାୟୀ, ଅନେକ ଯାତ୍ରୀ ଅଭିଯୋଗ କରନ୍ତି ଯେ, ନିଜ କୋଚରେ ଏକାଠି ଯାତ୍ରା କରୁଥିବା ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନରେ ଉଚ୍ଚ ସ୍ୱରରେ କଥା ହୁଅନ୍ତି କିମ୍ବା ଗୀତ ଶୁଣନ୍ତି। କିଛି ଯାତ୍ରୀ ଅଭିଯୋଗ କରିଛନ୍ତି ଯେ, ରେଳ ରକ୍ଷଣାବେକ୍ଷଣ କର୍ମଚାରୀମାନେ ମଧ୍ୟ ଜୋରରେ କଥାବାର୍ତ୍ତା କରୁଛନ୍ତି । ଏହା ବ୍ୟତୀତ ଅନେକ ଯାତ୍ରୀ ରାତି ୧୦ ଟା ପରେ ମଧ୍ୟ ଲାଇଟ ଲଗାଇ ରଖନ୍ତି, ଯାହା ଅନ୍ୟମାନଙ୍କ ନିଦକୁ ବ୍ୟାହତ କରିଥାଏ । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏକ ନୂତନ ନିୟମ ଜାରି କରିଛି। ଏଭଳି ପରିସ୍ଥିତିରେ ଯଦି କୌଣସି ଯାତ୍ରୀ ନିୟମ ପାଳନ ନ କରନ୍ତି, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।