Odia News Portal

ଭାରତରେ ଲଞ୍ଚ ହେଲା ପ୍ରଥମ କରୋନା ନାଜାଲ ଭାକ୍ସିନ୍‌

ଭାରତର କରୋନା ବିରୋଧୀ ଲଢେଇକୁ ଆହୁରି ଶକ୍ତି ମିଳିଛି । ଗୁରୁବାର ଗଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର. ମନସୁଖ ମାଣ୍ଡବ୍ୟ ଭାରତ ବାୟୋଟେକ୍‌ର ନାଜାଲ କରୋନା ନାଜାଲ ଭାକ୍ସିନ୍‌ iNCOVACC  ଲଞ୍ଚ କରିଛନ୍ତି । ଏହି ଟିକାକୁ ପୁର୍ବରୁ BBV154 ନାମ ଦିଆଯାଇଥିଲା । କେନ୍ଦ୍ର ସରକାର ୨୦୨୨ ଡିସେମ୍ବର ୨୩ରେ ଭାରତ ବାୟୋଟେକ୍‌ର ନାଜାଲ ଭାକ୍ସୀନକୁ ମଞ୍ଜୁରୀ ଦେଇଥିଲେ। ଏହି ଭାକ୍ସୀନି ପ୍ରଥମ ପର୍ଯ୍ୟାୟରେ ଘରୋଇ ମେଡିକାଲରେ ମିଳିବ । ନାକାରେ ପଡ଼ୁଥିବା ଏହି ଟିକା ବୁଷ୍ଟର ଡୋଜ୍ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ।