ତୁର୍କୀ ଓ ସିରିୟାର ଭୂକମ୍ପ ପୀଡ଼ିତମାନଙ୍କ ନିମନ୍ତେ ‘ଅପରେସନ୍ ଦୋସ୍ତ୍’ ଅଭିଯାନରେ ରିଲିଫ୍ ସହାୟତା ନେଇ ଯାଇଥିବା ଭାରତୀୟ ବାୟୁସେନାର ୭ମ ପଣ୍ୟବାହୀ ବିମାନ ଆଜି ଆଦାନା ବିମାନ ବନ୍ଦରରେ ଅବତରଣ କରିଛି।
ତୁର୍କୀ ନିମନ୍ତେ ୧୩ ଟନ୍ ଓଜନର ଡାକ୍ତରୀ ଉପକରଣ ଏବଂ ସିରିୟା ନିମନ୍ତେ ୨୪ ଟନ୍ ଓଜନର ସହାୟତା ସାମଗ୍ରୀ ତଥା ଭେଣ୍ଟିଲେଟର୍, କମ୍ବଳ, ଔଷଧ ଆଦି ମାନବୀୟ ସହାୟତା ଧରି ଭାରତୀୟ ବାୟୁସେନାର ‘ସି ୧୭’ ଗ୍ଲୋବ୍ମାଷ୍ଟର୍ ଉପରୋକ୍ତ ବିମାନ ବନ୍ଦରରେ ଅବତରଣ କରିଥିଲା। ସେଠାରେ ଭାରତୀୟ ରାଷ୍ଟ୍ରଦୂତ ଡକ୍ଟର୍ ବୀରେନ୍ଦ୍ର ପାଲ୍ ଏବଂ ସେନା ବିଶେଷଜ୍ଞ କର୍ଣ୍ଣେଲ୍ ମାନୁଜ ଗର୍ଗ ତୁର୍କୀ ସରକାରୀ ଅଧିକାରୀମାନଙ୍କ ଉପସ୍ଥିତିରେ ବିମାନରେ ଆସିଥିବା ସାମଗ୍ରୀଗୁଡ଼ିକୁ ଗ୍ରହଣ କରିଛନ୍ତି।
ତୁର୍କୀର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ ରାଷ୍ଟ୍ରଦୂତ ମେହେମେତ୍ ତୁର୍କୀର ଇସ୍କେନ୍ଦେରୁନ୍ସ୍ଥିତ ୬୦ ‘ପରା ଫିଲ୍ଡ୍ ହସ୍ପିଟାଲ୍’ ସକାଶେ ଭେଣ୍ଟିଲେଟର୍ ମେସିନ୍, ଆନେସ୍ଥେସିଆ ମେସିନ୍, ଅନ୍ୟାନ୍ୟ ଡାକ୍ତରୀ ଉପକରଣ ଓ ଔଷଧ ଆଦି ସାମଗ୍ରୀ ଗ୍ରହଣ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଭାରତୀୟ ସେନା ହସ୍ପିଟାଲ୍ରେ ଦୈନିକ ୪୦୦ ରୋଗୀ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ, ସିରିଆ ଓ ତୁର୍କୀରେ ସଂଘଠିତ ଭୟାବହ ଭୂମିକମ୍ପ ଯୋଗୁଁ ଏଯାବତ୍ ୨୮,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ହଜାର ହଜାର ଲୋକ ଆହତ ହୋଇଥିବା କଥା ଉଦ୍ଧାରକାରୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.
