Odia News Portal

ଜାଣନ୍ତୁ ଆଜି କେତେ ରହିଛି ସୁନା ଦାମ୍

ଏବେ ବିବାହ ଋତୁ ଚାଲିଛି। ଯଦି ଆପଣ ସୁନା କିଣିବାକୁ ଇଚ୍ଛା ପ୍ରକାଶ କରୁଥାନ୍ତି, ତେବେ ଆଜି ହିଁ କିଣିନିଅନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭, ୮୨୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୧୧୦ ଟଙ୍କା ଓ ୪୯,୩୬୦ ଟଙ୍କା ହୋଇଛି।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୬,୭୮୦ ଟଙ୍କା ଓ ୪୭,୭୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୨୬୦ ଟଙ୍କା ଓ ୫୧, ୫୬୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫, ୪୮୫ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯, ୬୨୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୨୬୦ ଟଙ୍କା ଓ ୪୯,୯୬୦ ଟଙ୍କା ରହିଛି। ସେହିପରି ଆଜି ରୁପା ମୂଲ୍ୟ ବି କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧, ୨୦୦ ଟଙ୍କା ହୋଇଛି।
ଚେନ୍ନାଇରେ ରୁପା କେଜି ଦାମ୍ ୬୫,୧୦୦ ଟଙ୍କା ରହିଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇରେ ୬୧,୨୦୦ ଟଙ୍କା ରହିଛି। କଲିକତା ଏବଂ ବାଙ୍ଗାଲୋରରେ ରୁପା କେଜି ଦାମ୍ ୬୧,୨୦୦ ଟଙ୍କା ରହିଥିବା ବେଳେ ହାଇଦ୍ରାବାଦରେ ୬୫,୧୦୦ ଟଙ୍କା ରହିଛି।