Odia News Portal

ପେଟ୍ରୋଲ୍‌ ଓ ମଦରୁ ଭାଟ୍‌ ବାବଦକୁ ଆୟ ହୋଇଛି ୧୦୫୫.୨୭ କୋଟି ଟଙ୍କା

 ଫେବ୍ରୁଆରିରେ ରାଜ୍ୟରେ ମୋଟ ୪୫୧୯.୩୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ଗତବର୍ଷର ଏହି ସମୟ ସଂଗ୍ରହ ତୁଳନାରେ ୧୦.୧୯ ପ୍ରତିଶତ ଅଧିକ। ଏହି ମାସରେ ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ସଂଗ୍ରହ ୪୦ ପ୍ରତିଶତ ବୃଦ୍ଧି ପାଇ୧୭୧୨.୪୮ କୋଟି ଟଙ୍କା ହୋଇଛି। ଗତବର୍ଷ ଫେବ୍ରୁଆରି ତାହା ୧୨୨୩.୨୨ କୋଟି ଟଙ୍କା ଥିଲା। ରାଜ୍ୟ ଜିଏସ୍‌ଟି ବାବଦକୁ ୧୨୦୫.୮୯ କୋଟି ଟଙ୍କା ସଂଗ୍ରହ ହୋଇଛି। ପେଟ୍ରୋଲ୍‌ ଓ ମଦରୁ ଫେବ୍ରୁଆରିରେ ଭାଟ୍‌ ବାବଦକୁ ୧୦୫୫.୨୭ କୋଟି ଟଙ୍କା ଆୟ ହୋଇଛି ଯାହା ୨୦୨୨ ଫେବ୍ରୁଆରିରେ ହୋଇଥିବା ୮୩୫.୫୨ କୋଟି ଟଙ୍କା ତୁଳନାରେ ୨୬.୩୦ ପ୍ରତିଶତ ଅଧିକ। ଆଲୋଚ୍ୟ ମାସରେ ୪୬୦୬୦ ଟିକସଦାତା ଜିଏସ୍‌ଟି ପରିସରରେ ସାମିଲ ହୋଇଥିବା ବେଳେ ୱେ-ବିଲ୍‌ ନିର୍ଗମନ କ୍ଷେତ୍ରରେ ୨୦.୭୨ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୨-୨୩ ଆର୍ଥିକ ବର୍ଷର ୧୧ ମାସ ମଧ୍ୟରେ ରାଜ୍ୟରେ ମୋଟ ୧୨,୭୭୯ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି।