Odia News Portal

ସହରାଞ୍ଚଳ ଆବାସରେ ୩୬,୦୬୨ ନୂଆ ଘରକୁ ମଞ୍ଜୁରୀ

*ବର୍ତମାନ ସୁଦ୍ଧା ୧,୫୫,୦୭୮ ପରିବାରକୁ ଘର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସହରାଞ୍ଚଳ ବାସହୀନ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଘୋଷଣା କରିଥିବା ‘ଯାଗା’ ମିଶନ ଏବଂ ସମସ୍ତଙ୍କ ପାଇଁ ଘର ଯୋଜନାର ସଫଳ ରୂପାୟନ ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୩୬,୦୬୨ ନୂଆ ପରିବାରଙ୍କ ପାଇଁ ପକ୍କା ଘର ମଞ୍ଜୁର କରିଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ଓଡ଼ିଶା ସହରାଞ୍ଚଳ ହାଉସିଂ ମିଶନର ରାଜ୍ୟ ସ୍ତରୀୟ ମଞ୍ଜୁରୀ କମିଟିରେ ଏହି ଅନୁମୋଦନ ଦିଆଯାଇଛି ।

ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥାନନ ଆବାସ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ବଦ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଳେ । ବର୍ତ୍ତମାନ ସୁଦ୍ଧା ୧୧୪ଟି ସହରାଞ୍ଚର ୧,୫୫,୦୭୮ ପରିବାରଙ୍କୁ ଏହି ଯୋଜନାରେ ଘର ଯୋଗାଇ ଦିଆଯାଇଛି । ଏଥିମଧ୍ୟରୁ ୬୪,୦୦୫ ଘର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି ଏବଂ ଅବଶିଷ୍ଟ ଘର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି ଏବଂ ଅବଶିଷ୍ଟ ଘରର ନିର୍ମାଣ ତ୍ୱରାନ୍ୱିତ ଗତିରେ ଚାଲୁ ରହିଛି ।

୭୬ଟି ସହରାଞ୍ଚଳ ପାଇଁ ଏହି ନୂଆ ପ୍ରକଳ୍ପ ମଞ୍ଜୁର କରିବା ସହ ସର୍ଭେ ମାଧ୍ୟମରେ ଚିହ୍ନଟ ସମସ୍ତ ପରିବାରଙ୍କୁ ଶୀଘ୍ର ଘର ଯୋଗାଇବା ନିମନ୍ତେ ଏକ ସମୟାନୁବନ୍ଧିତ ଲକ୍ଷ୍ୟଭେଦୀ କାର୍ଯ୍ୟ-ଖସଡା  ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେଇଥିଲେ ।

ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିିବ ଡଃ ସୁରେଶ ଚନ୍ଦ୍ର ଦଳାଇ ଜଣାଥିଲେ ଯେ, ବର୍ତମାନ ସୁଦ୍ଧା ଯାଗା ମିଶନରେ ୧ ଲକ୍ଷ ୫ ହଜାର ଲୋକଙ୍କୁ ଲ୍ୟାଣ୍ଡ ଏଣ୍ଟାଟାଇଟିଲମେଣ୍ଟ ସାର୍ଟିଫିକେଟ ଏବଂ ୬୫ ହଜାର ପରିବାରଙ୍କ୍ୁ ଲ୍ୟାଣ୍ଡ ରାଇଟ୍ସ ସାର୍ଟିଫିକେଟ୍ ଦିଆଯାଇଛି । ଯାଗା ମିଶନରେ ଯାଗା ପାଉଥିବା ପରିବାରମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ସମସ୍ତଙ୍କୁ ଆବାସ ଯୋଜନାରେ ଘର ଯୋଗାଇବାର ଲକ୍ଷ୍ୟ ରଖାଯାଇଛି । ବର୍ତମାନ ସୁଦ୍ଧା ୨୦ ହଜାର ପରିବାରଙ୍କୁ ଘର ଯୋଗାଇ ଦିଆଯାଇଛି ।

ପ୍ରମୁଖ ଶାସନ ସଚିବ ମାଥିଭାଥାନନ ଜଣାଇଥିଲେ ଯେ, ଏହି ଯୋଜନାର ସାଧାର ୩ ମୋଡରେ ଘର ଯୋଗାଇ ଦିଆଯାଏ । ପ୍ରଥମଟି ହେଲା ହିତାଧିକାରୀ ନିଜେ ନିଜର ଘର ର୍ନିମାଣ କରନ୍ତି, ଦ୍ୱିତୀୟ ମୋଡରେ ସ୍ୱଳ୍ପମୂଲ୍ୟ ଗୃହ ନିର୍ମାଣ କରି ଯୋଗାଇ ଦିଆଯାଏ ଏବଂ ତୃତୀୟ ମୋଡରେ ବସ୍ତିଥିବା ସ୍ଥାପନ କ୍ରମୋନ୍ନତି ବିକାଶ ନିମନ୍ତେ ସେହି ସ୍ଥାନରେ ଘର ତିଆରି କରି ଯୋଗାଇ ଦିଆଯାଏ । ନୂଆ ଅନୁମୋଦିତ ୩୬୦୬୨ ଘର ମଧ୍ୟରୁ ୭୨ଟି ସହରାଞ୍ଚଳ ୧୬,୪୬୩ ଟି ଘର ହିତାଧିକାରୀମାନଙ୍କ ଦ୍ୱାରା ନିର୍ମାଣ, ୩ଟି ସହରରେ ୧୫,୧୧୫ଟି ଘର ସ୍ୱଳ୍ପ ମୂଲ୍ୟ ଗୃହ ସ୍କିମ୍ରେ ତିଆରି ହେବ ଏବଂ ଗୋଟିଏ ସହରାଞ୍ଚରେ ୪,୪୮୪ଟି ଗୃହ ବସ୍ତିଥିବା ସ୍ଥାନରେ ନିର୍ମାଣ କରି ଯୋଗାଇ ଦିଆଯିବ । ଏହି ନୂଆ ଅନୁୀମୋଦି ଗୃହ ସହ ବର୍ତମାନ ସୁଦ୍ଧା ୧ ଲକ୍ଷ ୯୧ ହଜାର ୧୪୦ ପରିବାରଙ୍କ୍ୁ ସାମିଲ କରାଯାଇଛି ।

ଏହି ପ୍ରକଳ୍ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପାଣ୍ଠି ଯୋଗାଇଥାନ୍ତି । ହିତାଧିକାରୀ ମଧ୍ୟ କିଛି ଅଂଶ ଧନ ଦେଇଥାନ୍ତି । ଘର ପିଛା କେନ୍ଦ୍ର ସରକାର ୧.୫୦ ଲକ୍ଷ ଏବଂ ରାଜ୍ୟ ସରକାର ଜମିର ମୂଲ୍ୟ ସହ ନଗଦ ୫୦ ହଜାର ଟଙ୍କା ସହାୟତା ଦିଅନ୍ତି । ଏହାଛଡା ପ୍ରତି ହିତାଧିକାରୀ ପରିବାରଙ୍କୁ ପାଇଖାନା ନିର୍ମାଣ ୮ ହଜାର ଟଙ୍କା ଯୋଗାଇ ଦିଆଯାଏ । କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କଲେ ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଓ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ ୧୦ ହଜାର ଟଙ୍କା ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଏ । ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏହି ଯୋଜନାରେ ପ୍ରାୟ ୧୪୯୬ କୋଟି ଟଙ୍କା ବିନିଯୋଗ ହୋଇଛି । ଜମି ଓ ଅନ୍ୟାନ୍ୟ ମୌଳିକ ସୁବିଧା ରାଜ୍ୟ ସରକାରଙ୍କ ଅଲଗା ଭାବେ ଯୋଗାଇ ଦିଆଯାଇଛି । ପ୍ରତି ଘର ସହ ପାଇଖାନା ସମନ୍ୱିତ ଗାଧୁଆଘର ବ୍ୟବସ୍ଥା ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ସହରାଞ୍ଚଳମୁଖୀ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ସାଧାରଣ ପ୍ରଶାସନ ଓ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ରାଜସ୍ୱ  ଓ  ବିପର୍ଯ୍ୟାୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।