Odia News Portal

ଆଦାନି କର୍ତ୍ତୃପକ୍ଷଙ୍କୁ ଭେଟିବା ପରେ ଆଶ୍ବସ୍ତ ଏଲ୍‌ଆଇସି

ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍‌ର ବରିଷ୍ଠ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଭେଟି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଅଧିକାରୀମାନେ ଆଲୋଚନା କରିଛନ୍ତି। ବୈଠକ ପରେ ଏଲ୍‌ଆଇସିର ଅଧ୍ୟକ୍ଷ ଏମ୍‌ ଆର୍‌ କୁମାର କହିଛନ୍ତି ଯେ ଆଦାନିରେ ଆମ ନିବେଶକୁ ନେଇ ଆମେ ବେଶ ଆଶ୍ବସ୍ତ ହୋଇଛୁ। ଆଦାନିଙ୍କ ବିଭିନ୍ନ କଂପାନିରେ ଏଲ୍‌ଆଇସି ୩୦,୧୨୭ କୋଟି ଟଙ୍କା ନିବେଶ କରିଛି ଯାହା ଏଲ୍‌ଆଇସିର ମୋଟ ନିବେଶର ଏକ ପ୍ରତିଶତରୁ କମ୍। ଗତ ଚାରିଟି ଅଧିବେଶନରେ ଆଦାନିଙ୍କ ବିଭିନ୍ନ ସଂସ୍ଥାର ସେୟାର ମୂଲ୍ୟ ବଢ଼ିବାରୁ ଏଲ୍‌ଆଇସିର ନିବେଶ ରାଶି ମୂଲ୍ୟ ୩୯,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।