Odia News Portal

ଅର୍ଥନୈତିକ ସ୍ଥିତିରେ ସମସ୍ତଙ୍କୁ ପଛରେ ପକାଇବ ଭାରତ; ଡାଲିଓ

ଆମେରିକାର କୋଟିପତି ବ୍ୟବସାୟୀ ରେ ଡାଲିଓ ଭାରତୀୟ ଅର୍ଥନୀତିକୁ ବହୁତ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ସାରା ବିଶ୍ୱ ଚକିତ ଆଖିରେ ଭାରତର ଜିଡିପି ଅଭିବୃଦ୍ଧିକୁ ଚାହିଁବ ବୋଲି ସେ କହିଛନ୍ତି । ଓ୍ବର୍ଲ ଗଭର୍ଣ୍ଣମେଣ୍ଟ ସମିଟ୍ ୨୦୨୩ରେ ଆମେରିକାର କୋଟିପତି ରେ ଡାଲିଓ କହିଛନ୍ତି ଯେ ଭାରତର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ ଏବଂ ଆଗାମୀ ସମୟରେ ଭାରତର ଜିଡିପି ଅଭିବୃଦ୍ଧିର ଗତି ବିଶ୍ୱକୁ ଚକିତ କରିବ । ରେ ଡାଲିଓ କହିଛନ୍ତି, ବାକି ବିଶ୍ୱ ତୁଳନାରେ ଭାରତରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ।

ସରକାର ଏବଂ ପରିବର୍ତ୍ତିତ ବିଶ୍ୱ ବ୍ୟବସ୍ଥା ଉପରେ ଅଧିବେଶନରେ ଡାଲିଓ କହିଛନ୍ତି ଯେ ଆଗାମୀ ବର୍ଷଗୁଡ଼ିକରେ ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଭାବେ ଉଭା ହେବାକୁ ଯାଉଛି। ବିଗତ ୧୦ ବର୍ଷର ଅଧ୍ୟୟନ ଏବଂ ଭାରତର ଜିଡିପି ଅଭିବୃଦ୍ଧିର ଗତିକୁ ଦେଖିଲେ ଲାଗୁଛି ଯେ ଭାରତ ଆଗାମୀ ସମୟରେ ବିଶ୍ୱର ସର୍ବବୃହତ ଏବଂ ଦ୍ରୁତ ଅଭିବୃଦ୍ଧି ହାର ଦେଖିପାରେ । ବାକି ବିଶ୍ୱ ମଧ୍ୟରେ ସବୁଠାରୁ ବଡ ପରିବର୍ତ୍ତନ ଦେଖି ଏହି ଦେଶ ନିଜର ଜିଡିପିକୁ ଆଗକୁ ଟାଣିବାରେ ସକ୍ଷମ ହୋଇଛି ।

ଆମେରିକୀୟ କୋଟିପତି ଜର୍ଜ ସୋରସଙ୍କ ଭାରତ ବିରୋଧୀ ବୟାନ ପରେ ଡାଲିଓଙ୍କ ଏହି ବୟାନ ଆଶା ସଂଚାର କରିଛି ।