Odia News Portal

୫୦୦ ବିମାନ କିଣିବାକୁ ଅର୍ଡର ଦେଲା ଇଣ୍ଡିଗୋ

ଏୟାର ଇଣ୍ଡିଆ ପରେ ଇଣ୍ଡିଗୋ ବହୁସଂଖ୍ୟାରେ ବିମାନ କିଣିବ। ୫୦୦ ବିମାନ କିଣିବା ଲାଗି ଅର୍ଡର ଦିଆଯାଇଛି ବୋଲି ଇଣ୍ଡିଗୋର ଇଣ୍ଟରନ୍ୟାସନାଲ ସେଲ୍ସ ମୁଖ୍ୟ ବିନୟ ମାଲହୋତ୍ରା ସୂଚନା ଦେଇଛନ୍ତି। କମ୍ପାନି ତୁର୍କୀସ ଏୟାରଲାଇନ୍ସ ସହଯୋଗରେ ୟୁରୋପର ବିଭିନ୍ନ ସ୍ଥାନକୁ ବିମାଡ଼ ଉଡ଼ାଣ କରିବ। ଉଭୟ ଆମେରିକାର ବୋଇଂ ଏବଂ ୟୁରୋପର ଏୟାରବସ୍ ଠାରୁ ଇଣ୍ଡିଗୋ ବିମାନ କିଣିବ। ସଂପ୍ରତି ଇଣ୍ଡିଗୋ ଦିନକୁ ୧୮୦୦ ବିମାନର ଉଡ଼ାଣ ଭରୁଛି। ଏଥିରୁ ଅନ୍ତର୍ଜାତୀୟ ମାର୍ଗରେ ୧୦ ପ୍ରତିଶତ ଉଡ଼ାଣ ହେଉଛି। ଚଳିତ ସପ୍ତାହରେ ଏୟାର ଇଣ୍ଡିଆ ଏୟାରବସ୍ ଏବଂ ବୋଇଂଠାରୁ ୮୪୦ ବିମାନ କିଣିବା ଲାଗି ରାଜିନାମା କରିଛି। ଏଥିରୁ ୪୭୦ ବିମାନ ପାଇଁ ଏୟାର ଇଣ୍ଡିଆ ଅର୍ଡର ଦେଇଥିବାବେଳେ ଆବଶ୍ୟକ ହେଲେ ଆଉ ୩୭୦ ବିମାନ କିଣିବା ସୁଯୋଗ କମ୍ପାନି ପାଇଁ ରହିଛି।