Odia News Portal

ପାକିସ୍ତାନରେ ବୃଦ୍ଧି ପାଇଲା ପେଟ୍ରୋଲ, ଡିଜେଲ ଦର

ପାକିସ୍ତାନରେ ଇନ୍ଧନ ଦର ପୁଣି ବୃଦ୍ଧି ପାଇବା ପରେ ବୁଧବାର ମଧ୍ୟ ରାତ୍ରରୁ ପେଟ୍ରୋଲ୍ ଲିଟର୍ପିଛା ୨୭୨ ଟଙ୍କା ଓ ଡିଜେଲ୍ ଲିଟର୍ପିଛା ୨୮୦ ଟଙ୍କାରେ ବିକ୍ରୟ ହେଉଛି।
ପାକିସ୍ତାନ ନ୍ୟାସ୍ନାଲ୍ ଆସେମ୍ପ୍ଲିରେ ଶେହବାଜ୍ ସରିଫ୍ ସରକାର ସପ୍ଲିମେଣ୍ଟାରି ଆର୍ଥିକ ବିଲ୍ (ମିନି ବଜେଟ୍) ଉପସ୍ଥାପନ କରିବାର ଅଳ୍ପ ସମୟ ପରେ ଇନ୍ଧନ ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଛି।
ଜଟିଳ ଋଣ ପ୍ରକ୍ରିୟା ଉନ୍ମୁକ୍ତ କରିବା ଲାଗି ‘ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’କୁ ସନ୍ତୁଷ୍ଟ କରିବା ଲାଗି ପାକିସ୍ତାନ ସରକାର ଇନ୍ଧନ ଦର ବୃଦ୍ଧି କରିଥିବା କଥା ‘ଜିଓ ନିଉଜ୍’ ରିପୋର୍ଟ କରିଛି।
ଇନ୍ଧନ ଦର ବୃଦ୍ଧି ସଂକ୍ରାନ୍ତରେ ଜାରି ଫାଇନାନ୍ସ୍ ଡିଭିଜନ୍ ଜାରି କରିଥିବା ପ୍ରେସ୍ ରିଲିଜ୍ରେ ଉଲ୍ଳେଖ ଅଛି ଯେ, ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବାରୁ ଏଭଳି ଦର ବୃଦ୍ଧି ଘଟିଛି।
ପେଟ୍ରୋଲ୍ ଓ ଡିଜେଲ୍ ପରି ଅନ୍ୟାନ୍ୟ ଇନ୍ଧନ ଦର ବି ବୃଦ୍ଧି ପାଇଛି। କିରାସିନି ଲିଟର୍ପିଛିା ଟ. ୨୦୨.୭୩ ପଇସା ଏବଂ ଲାଇଟ୍ ଡିଜେଲ୍ ଅଏଲ୍ ଲିଟର୍ପିଛା ୧୯୬.୬୮ ଟଙ୍କାରେ ବିକ୍ରୟ ହେଉଛି।
‘ମିନି ବଜେଟ୍’ରେ ଗୃହୀତ ଏହି ଅର୍ଥନୈକିକ ପଦକ୍ଷେପ ଯୋଗୁଁ ପାକିସ୍ତାନରେ ମୁଦ୍ରାସ୍ଫୀତି ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
‘ମୁଡି ଆନାଲିଟିକ୍ସ’ ସହିତ ସମ୍ପୃକ୍ତା ଥିବା ବରିଷ୍ଠ ଅର୍ଥନୀତିଜ୍ଞା କାଟ୍ରିନା ଇଲ୍ ପୂର୍ବାନୁମାନ କରି କହିଛନ୍ତି ଯେ, ୨୦୨୩ ପ୍ରଥମାର୍ଦ୍ଧ ସୁଦ୍ଧା ପାକିସ୍ତାନରେ ମୁଦ୍ରାସ୍ଫୀତି ୩୩% ବୃଦ୍ଧି ପାଇପାରେ।