Odia News Portal

କ୍ରମାଗତ ଭାବେ ତଳକୁ ଖସିଚାଲିଛି ଷ୍ଟକ ମାର୍କେଟ

ଷ୍ଟକ ମାର୍କେଟ କ୍ରମାଗତଭାବେ ୪ ଦିନ‌ ହେଲା ତଳକୁ ଖସୁଛି। ଆଜି ସେନସେକ୍ସରେ ୯୨୮ ପଏଣ୍ଟର ବୃହତ୍ ହ୍ରାସ ଦେଖାଦେଇଛି। ସେହିଭଳି ନିଫ୍‌ଟି ୨୭୨ ପଏଣ୍ଟ ତଳକୁ ଖସିଛି। କାରବାର ଶେଷବେଳକୁ ସେନସେକ୍ସ ୫୯,୭୪୫ ଏବଂ ନିଫ୍‌ଟି ୧୭,୫୫୪ ପଏଣ୍ଟରେ ବନ୍ଦ ହୋଇଛି। ଆମେରିକା ସମେତ ବିଶ୍ବର ପ୍ରମୁଖ ପୁଞ୍ଜି ବଜାର ନିମ୍ନମୁଖୀ ହେବା ସହିତ ପୁଟିନ ଆଣବିକ ପରୀକ୍ଷା ନେଇ ଚେତାବନୀ ଦେବା, ବିଦେଶୀ ନିବେଶକମାନେ ଅଧିକ ମାତ୍ରାରେ ସେୟାର ବିକ୍ରି କରିବା ଏବଂ ଆଦାନି ଗ୍ରୁପର ସେୟାର ମୂଲ୍ୟରେ ହ୍ରାସ ଯୋଗୁ ବଜାରରେ ଆଜି ଏଭଳି ସ୍ଥିତି ଦେଖିବାକୁ ମିଳିଛି।