Odia News Portal

ଦରଦାମର ନିୟନ୍ତ୍ରଣ ପାଇଁ ୬.୫% କୁ ବୃଦ୍ଧି ହେଲା ସୁଧହାର

ଆହୁରି ବଢିଲା ରେପୋରେଟ । ଲଗାତାର ଷଷ୍ଠ ଥର ପାଇଁ ବଢିଲା ରେପୋରେଟ । ତେବେ ଏ ରେପୋରେଟ କଣ, କାହିଁକି ଏ ଲଗାତାର ବଢି ଚାଲିଛି ସାଧାରଣ ଜନତାଙ୍କ ମନରେ ଏ ପ୍ରଶ୍ନ ତ ନିହାତି ଉଙ୍କି ମାରୁଥିବ । ତେବେ ଏନେଇ ଆପାଣ ନିହାତି ଶୁଣିଥିବେ ଯେ ଆରବିଆଇ ତାର ରେପୋରେଟ ବଢାଇ ଦେଇଛି କି ଘଟାଇ ଦେଇଛି, ଯାହାର ସିଧା ପ୍ରଭାବ ବ୍ୟାଙ୍କରୁ ଅଣାଯାଉଥିବା ଋଣ ଉପରେ ପଡିଥାଏ ।
ତେବେ ସାଧାରଣ ଭାବରେ କହିବାକୁ ଗଲେ ରେପୋରେଟ ହେଉଛି ଏକ ପ୍ରକାର ସୁଧହାର ଯାହା ଆରବିଆଇ ଦ୍ୱାରା ମହଙ୍ଗାଇକୁ କମ୍ କରିବାକୁ ଜାରି କରାଯାଏ । ଯଦି ରେପୋରେଟ ବୃଦ୍ଧି ହୁଏ ତେବେ ଏହା ଦ୍ୱାରା ଆପଣମାନେ ବ୍ୟାଙ୍କ ଠାରୁ ଆଣୁଥିବା ଋଣମାନଙ୍କରେ ଅଧିକ ସୁଧହାର ଦେବାକୁ ପଡିବ । ତାହେଲେ କଥା ହେଉଛି ଏହା ବୃଦ୍ଧି ହୁଏ କାହିଁକି?
ତେବେ ଆମ ଦେଶ ମାନଙ୍କରେ ଆମର ଟଙ୍କା ଆବଶ୍ୟକ ହେଲେ ଆମେ ବ୍ୟାଙ୍କ ନିକଟରୁ ଋଣ ଆକାରରେ ପାଇଥାଉ, ସେହିଭଳି ସାଧାରଣ ବ୍ୟାଙ୍କରେ ଯଦି ଟଙ୍କା ଅଭାବ ହୁଏ ସେମାନେ ମେନ ବ୍ରାଂଚ ଆରବିଆଇ ଠାରୁ ଋଣ ଆକାରରେ ଆଣିଥାନ୍ତି । ସେମାନେ ଆରବିଆଇଠାରୁ ଆଣିଥିବା ଏହି ଋଣ ଆମମାନଙ୍କୁ ଆମ ଆବଶ୍ୟକତା ଅନୁସାରେ ଋଣ ଦେଇ ଅଧିକ ସୁଧହାର ଆକାରରେ ନେଇଥାନ୍ତି । ଯାହାଦ୍ୱାରା ଯଦି ସୁଧହାର ବଢିଲା ତାହେଲେ ଋଣର ଚାହିଦା କମ ହେବ, ଋଣର ଚାହିଦା କମ ହେଲେ ଲୋକେ ବି ଜିନିଷ କମ କିଣିବେ, ଜିନିଷ କମ କିଣାହେଲେ ତାର ଚାହିଦା କମିବ , ତାର ଚାହିଦା କମିଲେ ଜିନିଷ ଶସ୍ତା ହେବ, ଆଉ ଜିନିଷ ଶସ୍ତା ହେଲେ ମହଙ୍ଗାଇ କମିବ । ତେବେ ରେପୋରେଟ ଆରବିଆଇ ପାଇଁ ଏକ ଚାବି ସଦୃଶ କାମକରେ ଯାହା ମହଙ୍ଗାଇ ଘଟାଇବାରେ ସାହାର୍ଯ୍ୟ କରେ ।