Odia News Portal

ଆସୁଛି ସୁପରହିଟ୍ ଫିଲ୍ମି ‘ବଜରଙ୍ଗୀ ଭାଇଜାନ୍’ ର ସ୍ୱିକେଲ

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଫ୍ୟାନ୍ ଙ୍କ ପାଇଁ ଖୁସି ଖବର। ଆସୁଛି ସୁପରହିଟ୍ ଫିଲ୍ମ ‘ବଜରଙ୍ଗୀ ଭାଇଜାନ୍’ର ସିକ୍ୱେଲ। ସୁପରଷ୍ଟାର ସଲମାନ୍ ଖାନ୍ ନିଜେ ଏ ନେଇ ଘୋଷଣା କରିଛନ୍ତି। ସଲମାନ୍ ସ୍ପଷ୍ଟ କରିଛନ୍ତି ଯେ ସେ ଖୁବ୍ ଶୀଘ୍ର ବଜରଙ୍ଗୀ ଭାଇଜାନ୍ର ଦ୍ୱିତୀୟ ପାର୍ଟ ନେଇ ଆସୁଛନ୍ତି।
ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ କହିଛନ୍ତି, ଫିଲ୍ମର ସିକ୍ୱେଲକୁ ଏସ୍ ଏସ୍ ରାଜାମୌଲିଙ୍କ ବାପା ବି ବିଜୟେନ୍ଦ୍ର ପ୍ରସାଦ ଲେଖିଛନ୍ତି। ପ୍ରକାଶ ଯେ ବି ବିଜୟେନ୍ଦ୍ରଙ୍କୁ ବଜରଙ୍ଗୀ ଭାଇଜାନ୍ ପାଇଁ ସର୍ବଶ୍ରେଷ୍ଠ କାହାଣୀ ଲାଗି ଜାତୀୟ ପୁରସ୍କାର ମିଳିଥିଲା। ଫିଲ୍ମ ଆରଆରଆର ପ୍ରି ରିଲିଜ୍ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିବା ଅବସରରେ ଫ୍ୟାନ୍କୁ ଏହି ସୂଚନା ଦେଇଛନ୍ତି ସଲମାନ୍ ଖାନ୍।
ଏହି କାର୍ୟ୍ୟକ୍ରମରେ ଫିଲ୍ମ ନିର୍ମାତା କରଣ ଜୋହର, ଏସ୍ଏସ୍ ରାଜାମୌଲିଙ୍କ ସହ ଆରଆରଆର ଅଭିନେତା ଜୁନିୟର ଏନ୍ଟିଆର, ରାମ ଚରଣ ଓ ଆଲିଆ ଭଟ୍ଟ ଉପସ୍ଥିତ ଥିଲେ।
କବୀର ଖାନ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ୍ ଖାନ୍ଙ୍କ ବ୍ୟତୀତ କରୀନା କପୁର ଓ ନବାଜୁଦ୍ଦିନ ସିଦ୍ଦିକି ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମ ୧୭ ଜୁଲାଇ ୨୦୧୫ରେ ଫିଲ୍ମ ହଲ୍ରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ଭାରତ-ପାକିସ୍ତାନକୁ ନେଇ ଏକତା ମେସେଜ୍ ଦିଆଯାଇଛି। ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ ଏହି ଫିଲ୍ମରେ ଜଣେ ସାଧାରଣ ବ୍ୟକ୍ତି ଭୂମିକାରେ ଅଭିନୟ କରିଥିଲେ। ସେ ହନୁମାନ ଭକ୍ତ ପବନ ଭୂମିକା ତୁଲାଇଥିଲେ। ଫିଲ୍ମରେ ପବନ ଜଣେ ପାକିସ୍ତାନୀ ଝିଅ ମୁନ୍ନିକୁ ବର୍ଡର ପାର କରାଇଥିଲେ। ବଜରଙ୍ଗୀ ଭାଇଜାନ୍ରେ ମୁନ୍ନି ଭୂମିକାରେ ହର୍ଷାଲୀ ମାଲହୋତ୍ରା ଅଭିନୟ କରିଥିଲେ। ସେହିପରି ନବାଜୁଦ୍ଦିନ ସିଦ୍ଦିକି ଜଣେ ପାକିସ୍ତାନୀ ରିପୋର୍ଟର ଭାବେ ନଜର ଆସିଥିଲେ।