Odia News Portal

ଲହରୀ ପାଇଁ ଝିଲିକ୍ କାଟିଲେ କେକ୍

ସାରା ରାଜ୍ୟର ୩୧ଗୋଟି ପ୍ରେଖ୍ୟାଳୟରେ ଅଭିନେତ୍ରୀ ତଥା ରାଜନୀତି ପରିବାରର ବୋହୁ ଏବଂ ପ୍ରଯୋଜିକା ଝିଲିକ ଭଟାଚାର୍ଯ୍ୟ’ଙ୍କ ଦ୍ଵାରା ନୂତନ କରି ଲଞ୍ଚ ହୋଇଥିବା ଫିଲ୍ମ ଲହରୀ ଏବେ ଦର୍ଶକଙ୍କ ମନରେ ଚହଳ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ଆଜି ଏହି ମୁଭିଟିକୁ ଯାଜପୁର ରୋଡ ସ୍ଥିତ ସରସ୍ବତି ମଲ୍ଟି ପ୍ଲେକ୍ସ ଫିଲ୍ମ ହଲରେ ନିଜେ ପ୍ରଯୋଜିକା ଝିଲିକ କେକ କାଟି ଶୁଭ ଉଦଘାଟନ କରିଥିବା ଦେଖିବାକୁ ମିଳିଥିଲା। ଏହି ମୁଭିକୁ ଦେଖିସାରିବା ପରେ ଦର୍ଶକଙ୍କ ମନରେ ବହୁତ ଉତତ୍ସାହର ଲହରୀ ଖେଳିଯାଇଥିବା ବେଳେ ଦର୍ଶକ ବହୁତ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଥିବା ସହ ହଲରେ ଦର୍ଶକ ସମ୍ପୂର୍ଣ ଭରପୁର ମନୋରଞ୍ଜନ ଉଠାଇଥିବା ନେଇ କହିଥିଲେ। ଏହି ଫିଲ୍ମ ଆଗକୁ ଆହୁରି ଲୋକପ୍ରିୟତା ସାଉଁଟିବ ବୋଲି ପ୍ରଯୋଜିକା ଝିଲିକ୍ ଆଶା ରଖିଛନ୍ତି।