Odia News Portal

ପୁରସ୍କାର ନେବା ବେଳେ ଅଭିନେତା ଶାହନୱାଜ ପ୍ରଧାନଙ୍କର ମୃତ୍ୟୁ

ଆଖି ବୁଜିଲେ ବଲିଉଡର ଆଉ ଜଣେ କଳାକାର। ‘ମିର୍ଜାପୁର’ ଫେମ୍‌ ଅଭିନେତା ଶାହନୱାଜ ପ୍ରଧାନଙ୍କର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଶାହନୱାଜ ମୀର୍ଜାପୁର ସହ ଅନେକ ଲୋକପ୍ରିୟ ସିନେମା, ଟିଭି ସିରିଏଲ୍ ଏବଂ ଓ୍ୱେବ ସିରିଜ୍‌ରେ କାମ କରିଛନ୍ତି ।

ଏକ ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଶାହନୱାଜଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଲା। ସେଠାରେ ସେ ଚେତାଶୂନ୍ୟ ହୋଇ ପଡ଼ିଗଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶାହନୱାଜଙ୍କ ପରିବାରରେ ତାଙ୍କ ପତ୍ନୀ ଓ ଝିଅ ଅଛନ୍ତି। ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।