Odia News Portal

୨୫ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିରେ ଅକ୍ଷୟ

ମୁମ୍ବାଇ()  ଚଳିତ ବର୍ଷ ଇଦ୍ରେ ପରଦାରେ ରିଲିଜ ହେବାକୁ ଥିବା ଅକ୍ଷୟଙ୍କ ଅପ୍କମିଙ୍ଗ ଫିଲ୍ମ ‘ଲକ୍ଷ୍ମୀ ବମ୍’କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କାରଣ ଏହି ଫିଲ୍ମରେ ଅକ୍ଷୟ କୁମାର ନିଜଠାରୁ ୨୫ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ବୋଲି ଜଣାପଡିଛି।

ଫିଲ୍ମ ‘ଲକ୍ଷ୍ମୀ ବମ୍’ରେ ଅଭିନେତ୍ରୀ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମରେ କିଆରା ଅକ୍ଷୟ କୁମାରଙ୍କ ବିପକ୍ଷରେ ଅଭିନୟ କରିବେ।

ନିକଟରେ ଉଭୟଙ୍କର ଫିଲ୍ମ ସେଟ୍ର କିଛି ଫଟୋ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଏହି ଫଟୋଗୁଡିକୁ ନେଇ ଜୋରସୋରରେ ଚର୍ଚ୍ଚା ହେଉଛି। ଏଥିରେ ଅକ୍ଷୟ ଓ କିଆରା ରୋମାଣ୍ଟିକ ପୋଜ୍ ଦେଇଛନ୍ତି।