Odia News Portal

ଚର୍ଚ୍ଚାରେ ଅକ୍ଷୟ କୁମାର, ନାଲି ଘାଗରା ପିନ୍ଧି ନରାଙ୍କ ସହ ନାଚିଲେ

ଚଳିତବର୍ଷ  ରିଲିଜ ହୋଇଥିବା ଫିଲ୍ମ ‘ସେଲଫି’ ବକ୍ସ ଅଫିସରେ ଫ୍ଲପ୍ ହୋଇଥିବାରୁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଏହି ସମୟରେ ଅକ୍ଷୟ କୁମାରଙ୍କର  ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ଅଭିନେତ୍ରୀ ନୋରା ଫତେହିଙ୍କ ସହ ଘାଗରା ପିନ୍ଧି ନାଚୁଥିବାର ନଜର ଆସିଛନ୍ତି ।

ସୂଚନା ମୁତାବକ, ଅକ୍ଷୟ କୁମାର,ନୋରା ଫତେହି ଏବଂ ଅନ୍ୟ ସେଲିବ୍ରିଟିଙ୍କ ସହ ‘ଦି ଏଣ୍ଟରଟେନର୍ସ ଟୁର୍’ ପାଇଁ ଆମେରିକାରେ ଅଛନ୍ତି । ଏହି କାର୍ଯ୍ୟକ୍ରମରେ  ସେମାନେ ଆମେରିକାର ବିଭିନ୍ନ ସହରରେ ଦର୍ଶକଙ୍କୁ ଲାଇଭ୍ ପ୍ରଦର୍ଶନ ଜରିଆରେ ମନୋରଞ୍ଜନ ଯୋଗାଇବେ । ଶୁକ୍ରବାର ଦିନ ଅକ୍ଷୟ ଅଟଲାଣ୍ଟାର ପ୍ରଥମ ସୋ’ରେ ଫିଲ୍ମ ‘ସେଲଫି’ର ଏକ ଗୀତରେ ନାଚିଥିଲେ । ସେହି ଭିଡିଓରେ ଅକ୍ଷୟ କୁମାର କଳା ପୋଷାକ ଉପରେ ନାଲି ଘାଗରା ପିନ୍ଧିଥିଲେ ଏବଂ ନୋରା ଫତେହି ଏକ ଛୋଟ ଲାଲ୍ ପୋଷାକ ପିନ୍ଧି ନାଚୁଥିବା ନଜର ଆସିଛନ୍ତି ।

ଜଣେ ବ୍ୟବହାରକରୀ ଏହି ଭିଡିଓ ଦେଖି କମେଣ୍ଟ ଲେଖିଛନ୍ତି, “ଯଦି ଫିଲ୍ମରୁ ଟଙ୍କା ଆସୁନାହିଁ ତେବେ ଏହିପରି ଟଙ୍କା ରୋଜଗାର କରନ୍ତୁ” ।ଆଉ ଜଣେ ଉପଭୋକ୍ତା ନୋରାଙ୍କ ନୃତ୍ୟକୁ ପ୍ରଶଂସା କରି ଲେଖିଥିଲେ, “ସେ ବହୁତ ସୁନ୍ଦର” । ଏହିପରି ଭାବରେ ଭିଡିଓକୁ ଦେଖି ପ୍ରଶଂସକମାନେ ଅନେକ କମେଣ୍ଟ କରିଛନ୍ତି । ଅକ୍ଷୟ କୁମାର ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ସୋ’ର ଅପଡେଟ୍ ସେୟାର କରୁଥିବା ଦେଖିବାକୁ ମିଳିଛି।