Odia News Portal

ମୁଁ ଖୁସିରେ ରହିବାକୁ ଚାହେଁ : ଅକ୍ଷୟ

ମୁମ୍ବାଇ() ଅଭିନେତା ଅକ୍ଷୟ କୁମାର ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କହିଆସୁଥିଲେ। ହେଲେ ସେ ରାଜନୀତିରେ କେବେ ବି ପ୍ରବେଶ କରିବାକୁ ଇଚ୍ଛା ରଖି ନାହାନ୍ତି। କାରଣ ସେ ଖୁସିରେ ରହିବାକୁ ଚାହାନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।

ଅକ୍ଷୟଙ୍କ କହିବା କଥା ହେଲା ପ୍ରତ୍ୟେକ ମଣିଷ କୌଣସି ନା କୌଣସି କ୍ଷେତ୍ରରେ ଦେଶ ପାଇଁ କିଛି କରିବାକୁ ଇଚ୍ଛା ରଖିଥାଏ। ସେ ଫିଲ୍ମ ମାଧ୍ୟମରେ ଲୋକମାନଙ୍କୁ ଅନେକ କଥା କହିପାରନ୍ତି। ହେଲେ ପଲିଟିକ୍ସ ତାଙ୍କ କାମ ନୁହେଁ। ସେ ଫିଲ୍ମ କରି ଖୁସିରେ ଅଛନ୍ତି।

ସେହିଭଳି ରାଷ୍ଟ୍ରବାଦ ଉପରେ ମତ ରଖିଛନ୍ତି ଖିଲାଡ଼ି କିଙ୍ଗ୍। ସମସ୍ତେ କୁହନ୍ତି ସରକାର ଏଇଟା କରିନାହିଁ। ସରକାର ସେଇଟା କରିନାହିଁ। ହେଲେ ଯିଏ ବି ସରକାରରେ ଆସୁ, ତାଙ୍କୁ ସୁଯୋଗ ମିଳିବା ଦରକାର।