Odia News Portal

ବଲିଉଡ ପରେ ହଲିଉଡରେ ରାଜ କରିବେ ଆଲିଆ

ମୁମ୍ବାଇ: ବଲିଉଡର ଆଗଧାଡ଼ିର ନାୟିକା ଆଲିଆ ଭଟ୍ଟ ଖୁବଶୀଘ୍ର ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଦୀପିକା ଏବଂ ପ୍ରିୟଙ୍କାଙ୍କ ପରେ ସେ ହଲିଉଡରେ ଅଭିନୟ କରିବାକୁ ଯାଉଛନ୍ତି । କୁହାଯାଉଛି, ୨୦୨୨ରେ ଆଲିଆ ହଲିଉଡ୍ ପ୍ରୋଜେକ୍ଟରେ କାମ କରିବେ। ନୂଆ ପ୍ରୋଜେକ୍ଟକୁ ନେଇ ଆଲିଆ ଖୁବ୍ ଉତ୍ସାହିତ ଅଛନ୍ତି। ହଲିଉଡ୍ ଅଭିନେତ୍ରୀ ଜୋନିଫର ଲରେନ୍ସଙ୍କ ବହୁତ ବଡ଼ ପ୍ରଶଂସକ ହେଉଛନ୍ତି ଆଲିଆ। ତେଣୁ ସେ ତାଙ୍କ ପରି ଫିଲ୍ମ କରିବାକୁ ଚାହୁଁଛନ୍ତି। ଏହା ବ୍ୟତୀତ ଆଲିଆ ବଲିଉଡ୍ରେ ଖୁବ୍ଶୀଘ୍ର ସଞ୍ଜୟ ଲୀଲା ଭଁସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ରେ ନଜର ଆସିବେ। ଏଥିସହିତ ରଣବୀର ସିଂହଙ୍କ ସହ ‘ରକି ଏବଂ ରାନୀ କି କହାନୀ’ରେ ସେ କାମ କରୁଛନ୍ତି।

ସୂଚନା ଥାଉକି, ବଲିଉଡ୍‌ର ସବୁଠୁ ଟ୍ୟାଲେଣ୍ଟେଡ୍‌ ଓ ଚୁଲବୁଲି ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ହେଉଛନ୍ତି ଅନ୍ୟତମ। ବର୍ତ୍ତମାନ ସେ ଗୋଟିଏରୁ ଗୋଟିଏ ହିଟ୍‌ ଫିଲ୍ମ କରି ଆସିଛନ୍ତି । ଯେଉଁଥି ପାଇଁ ସେ ଖୁବ୍ ଆୱାର୍ଡ ମଧ୍ୟ ପାଇଛନ୍ତି । ଯେମିତିକି ସେ ଫିଲ୍ମ ‘ରାଜି’, ‘ଡିଅର ଜିନ୍ଦେଗୀ’, ‘କପୁର ଆଣ୍ଡ୍‌ ସନ୍‌ସ’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ଏବେ ରଣବୀର କପୁରଙ୍କ ସହ ବିବାହକୁ ନେଇ ବି ସେ ଚର୍ଚ୍ଚାରେ ଅଛନ୍ତି। ହେଲେ ବର୍ତ୍ତମାନ ଆଲିଆଙ୍କୁ ନେଇ ଆଉ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି।