Odia News Portal

ଅଲଗା ହେବେନି ବର୍ଷା-ଅନୁଭବ

ସିନେ ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ଆଜି ସମ୍ପୂର୍ଣ୍ଣ ଭାବେ ଭିନ୍ନ ମୋଡ଼ ନେଇଛି | କୋର୍ଟ ଲଢେଇରେ ଅନୁଭବଙ୍କୁ ଝଟକା ଲାଗିଛି | ଅଭିନେତା ତଥା ସାଂସଦ ଅନୁଭବ ଦାଖଲ କରିଥିବା ଛାଡପତ୍ର ପିଟିସନକୁ. କଟକ ଫାମିଲି କୋର୍ଟ ଖାରଜ କରିଦେଇଛନ୍ତି | ତେବେ କେବଳ ଅନୁଭବ ନୁହେଁ ବରଂ ବର୍ଷାଙ୍କ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିବା ଅନୁଭବଙ୍କ ଓକିଲ କହିଛନ୍ତି | ବର୍ଷାଙ୍କୁ ଛାଡ଼ପତ୍ର ଦେବାଲାଗି ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ | ଯାହାକୁ ହାଇକୋର୍ଟରେ ବର୍ଷା ଚ୍ୟାଲେଞ୍ଜ କରିଥିଲେ | ପରେ କଟକ ଫାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରିଥିଲେ ପଟିଆଲା ହାଉସ କୋର୍ଟ |