Odia News Portal

ପରଲୋକରେ ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମ

ମୁମ୍ବାଇ: ବଲିଉଡ ଫିଲ୍ମ ଓ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ଘଟିଛି । ମାତ୍ର ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କର କିଡନିଜନିତ ସମସ୍ୟା ଥିଲା । ଆଜି  ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିବାର କିଛି ସମୟରେ ତାଙ୍କର ମୃତ୍ୟୁ ହୋଇଛି। ‘ପ୍ରତିଜ୍ଞା’ ଧାରାବାହିକରେ ଠାକୁର ସଜ୍ଜନ ସିଂହ ଚରିତ୍ରକୁ ନେଇ ସେ ବେଶ୍ ଲୋକପ୍ରିୟ ହୋଇଥିଲେ ।