Odia News Portal

ଆଜି ବାବୁଶାନଙ୍କ ଜନ୍ମଦିନ

ଭୁବନେଶ୍ୱର: ଓଲିଉଡ଼ ଜଗତର ଚକୋଲେଟ ବଏ ବାବୁଶାନଙ୍କ ଆଜି ହେଉଛି ଜନ୍ମଦିନ । ୩୨ ବର୍ଷରେ ପାଦ ଥାପିଛନ୍ତି ସେ । ଓଲିଉଡ଼ ସୁପରଷ୍ଟାର ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ସୁଯୋଗ୍ୟ ସନ୍ତାନ ହେୁଛନ୍ତି ବାବୁଶାନ । ନିଜର ସୁନ୍ଦର ଅଭିନୟ ଏବଂ ଗୀତ ଲାଗି ସାରା ଓଡ଼ିଶାରେ ଦର୍ଶକଙ୍କ ମଧ୍ୟରେ ନିଜର ସ୍ୱତନ୍‌ତ୍ର ସ୍ଥାନ ଅଧିକାର କରିଛନ୍ତି ବାବୁ । ତାଙ୍କର ପ୍ରକୃତ ନାମ ହେଉଛି ତନ୍ମୟ ମହାନ୍ତି । ସେ ଡିଏଭି ପବ୍ଲିକ ସ୍କୁଲରେ ପାଠ ପଢ଼ିଥିବା ବେଳେ କିଟରେ ନିଜର କଲେଜ ପାଠପଢ଼ା ଶେଷ କରିଛନ୍ତି । ବର୍ଷିଆନ ଅଭିନେତା ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଫିଲ୍ମ ରୋମିଓ ଦ ଲଭର ବଏ ଫିଲ୍ମରେ ଡେବ୍ୟୁ କରିଥିଲେ ବାବୁଶାନ । ସୁପର ମିଛୁଆ, ଲଭ ଏକ୍ସପ୍ରେସ, ସଞ୍ଜୁ ଆଉ ସଞ୍ଜନା ଭଳି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ବାବୁ । ଓଲିଉଡ ଷ୍ଟାରଙ୍କ ମଧ୍ୟରେ ବାବୁଶାନଙ୍କ ଅଧିକ ଫଲୋର୍ସ ଅଛନ୍ତି । ତେବେ ଅଧିକ ଝିଅ ତାଙ୍କୁ ଫଲୋ କରିଛନ୍ତି ।