Odia News Portal

ପ୍ରସିଦ୍ଧ ବଙ୍ଗଳା ଚ୍ଚଳଚିତ୍ର ନିର୍ଦ୍ଦେଶକ ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ

କୋଲକାତା: ବରିଷ୍ଟ ବଙ୍ଗଳା ଚ୍ଚଳଚିତ୍ର ନିଦ୍ଦେର୍ଶକ ତଥା ନିର୍ମାତା ବୁଦ୍ଧଦେବ ଦାସଗୁପ୍ତଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ସେ ଜଣେ ଖ୍ୟାତନାମା କବି ଥିଲେ ଏବଂ ବଙ୍ଗଳା ଚଳଚ୍ଚିତ୍ରକୁ ତାଙ୍କର ଅବଦାନ ପାଇଁ ତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଲୋକପ୍ରିୟ ଚଳଚ୍ଚିତ୍ର ‘ବାଗ୍ ବାହାଦୂର’, ‘ତାହାଦେର୍ କଥା’, ‘ଚର୍ଚ୍ଚା’ ଏବଂ ‘ଉତ୍ତର’ ଆଦି ପାଇଁ ସେ ବେଶ୍ ଜଣାଶୁଣା ଥିଲେ। ତାଙ୍କର ୫ଟି ଚଳଚ୍ଚିତ୍ରକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ନିର୍ଦ୍ଦେଶକ ଭାବରେ ସେ ଦୁଇଥର ଜାତୀୟ ପୁରସ୍କାର ପାଇଥିଲେ।

ବୁଦ୍ଧଦେବ ଦାସଗୁପ୍ତା ଏକାଧାରରେ ଜଣେ ଚଳଚିତ୍ର ନିର୍ଦ୍ଦେଶକ, କବି ଓ ପ୍ରସିଦ୍ଧ ବିଚାରକ ସହ ଜଣେ ସମାଜ ସଂସ୍କାରକ ଥିଲେ । କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି ତାଙ୍କ ମୃତ୍ୟୁ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି କି, “ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ବୁଦ୍ଧଦେବ ଦାସଗୁପ୍ତାଙ୍କ ମୃତ୍ୟୁ ଖବର ମୋତେ ଦୁଃଖ ଦେଇଛି, ସେ ତାଙ୍କ କାମ ମାଧ୍ୟମରେ ସର୍ବଦା ସମାଜର ସଂସ୍କାର କଥା ଚିନ୍ତା କରୁଥିଲେ । ତାଙ୍କ ମୃତ୍ୟୁ ଚଳଚିତ୍ର ଦୁନିଆ ପାଇଁ ଏକ ବଡ କ୍ଷତି ପହଂଚାଇଛି ”

ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏକ ଟ୍ୱିଟ ବାର୍ତ୍ତାରେ କହିଛନ୍ତି ଭାରତୀୟ କଳା ସଂସ୍କୃତିକୁ ବିଦେଶରେ ଲୋକପ୍ରିୟ କରାଇବାରେ ବୁଦ୍ଧଦେବ ଦାସଗୁପ୍ତା ଅନନ୍ୟ ଭୂମିକା ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସେ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ କଥା ଅତି ସହଜରେ ପ୍ରତିପାଦିତ କରାଇବାରେ ସଫଳ ହୋଇଥିଲେ।