Odia News Portal

ଭିନ୍ନ ପ୍ରଣାଳୀରେ ହକି ଷ୍ଟିକ୍ ତିଆରି କରି ଖେଳାଳୀଙ୍କୁ ଶୁଭେଚ୍ଛା


ଏଥର ଜୁନିଅର ହକି ବିଶ୍ୱକପ ଓଡିଶାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି । ଆମର ମୁଖ୍ୟମନ୍ତ୍ରୀ ଏହି ଖେଳକୁ ଉତ୍ସାହିତ କରିଥିଲେ । ଓଡିଶା ହକି ଖେଳାଳୀଙ୍କ ହବ୍ ଅଟେ । ସେଥିପାଇଁ ସେ କ୍ରିକେଟ ବଦଳରେ ହକିକୁ ବାଛିଥିଲେ । ପୁରୁଷ ଜୁନିଅର ବିଶ୍ୱକପ ହକି ଖେଳ ଆରମ୍ଭ ହେବାକୁ ଯାଉଛି । ସେହି ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଜଣେ ଝିଅ ଭିନ୍ନ ପ୍ରଣାଳୀରେ ଏକ ହକି ଷ୍ଟିକ ତିଆରି କରିଛନ୍ତି । ଯାହା ଦେଖିବାକୁ ଖୁବ ଆକର୍ଶଣୀୟ ମଧ୍ୟ ହୋଇଛି । ସେହି ହକି ଷ୍ଟିକ ତିଆରି କରିବାକୁ ସେ ୧୦୦୦ ରୁ ଅଧିକ ଷ୍ଟ୍ର ବ୍ୟବହାର କରିଥିଲେ । ଏବଂ ସେଥିରେ କୌଣସି ରଙ୍ଗ ମଧ୍ୟ ବ୍ୟବହାର ହୋଇନାହି । ସେହି ହକି ଷ୍ଟିକଟି ତିଆରି କରିବାକୁ ସେ ଝିଅଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା । ଏହା ଦେଖିବାକୁ ଖୁବ ସୁନ୍ଦର ସହିତ ଖୁବ ଆକର୍ଶଣୀୟ ମଧ୍ୟ ହୋଇଛି । ତାଙ୍କର ଏମିତି ନିଆରା ଶୁଭେଚ୍ଛା ବାର୍ତା ପାଇଁ ତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରାଯାଇଛି । ଏଥି ସହିତ ସେ ହକି ଖେଳାଳୀ ମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।