Odia News Portal

ରିଲିଜ୍ ହେଲା ଫିଲ୍ମ ‘ଧମାକା’ ର ଟ୍ରେଲର

ନୂଆଦିଲ୍ଲୀ : ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟାନଙ୍କ ଫିଲ୍ମ ‘ଧମାକା’ ର ଟ୍ରେଲର ରିଲିଜ୍ ହୋଇଛି । ଏଥିରେ କାର୍ତ୍ତିକଙ୍କର ଟ୍ରାନ୍ସଫରମେସନ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଛି । ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ରାମ ମାଧବନୀ । ସବୁଠାରୁ ଖାସ୍ କଥା ହେଉଛି ରୋମାଣ୍ଟିକ, କମେଡି ଉପରେ ରାଜ କରି ଆସିଛନ୍ତି କାର୍ତ୍ତିକ । ସେହିପରି ‘ଧମାକା’ ତାଙ୍କ କ୍ୟାରିଅରର ଏକ ଟର୍ଣ୍ଣିଂ ପଏଣ୍ଟ ଯାହା ତାଙ୍କ କ୍ୟାରିଅର ଗ୍ରାଫରେ ଏକ ନୂତନ ଡାଏମେଂଶନ ଯୋଡି ଦେଇଛି । ଫିଲ୍ମ ‘ଧମାକା’ ରେ କାର୍ତ୍ତିକ ଜଣେ ପ୍ରାଇମ ଟାଇମ ନ୍ୟୁଜ ଆଙ୍କର ଭାବେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ କାର୍ତ୍ତିକଙ୍କ ବ୍ୟତିତ ମୃଣାଳ ଠାକୁର, ଅମୃତା ସୁଭାଷ, ବିକାଶ କୁମାର ଏବଂ ବିଶ୍ୱଜିତ୍ ପ୍ରଧାନ ମଧ୍ୟ ଅଭିନୟ କରିଛନ୍ତି ।