Odia News Portal

ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଦିଲ୍ଲୀପ କୁମାର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଡାକ୍ତରଖାନାରେ ଦିଲ୍ଲୀପ କୁମାରଙ୍କ ଆଡମିଶନ ସମ୍ପର୍କରେ ପତ୍ନୀ ସାଇରା ବାନୁ କହିଛନ୍ତି, ଦିଲ୍ଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା କାରଣରୁ ତାଙ୍କୁ ଆଜି ସକାଳ ୮.୩୦ ସମୟରେ ମହିମସ୍ଥିତ ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦିଲ୍ଲୀପ କୁମାରଙ୍କ ସମସ୍ତ ପରୀକ୍ଷା ନିତିନ ଗୋଖଲେଙ୍କ ତତ୍ତ୍ବାବଧାନରେ ନିଆଯାଉଛି ଏବଂ ସେ ଚିକିତ୍ସିତ ହେଉଛନ୍ତି। ଶୀଘ୍ର ସୁସ୍ଥ ହେବା ପାଇଁ ଆପଣ ସମସ୍ତେ ପ୍ରାର୍ଥନା କରନ୍ତୁ।