Odia News Portal

ହେମା ମାଳିନୀ @୭୩

ଭୁବନେଶ୍ୱର: ବଲିଉଡର ଡ୍ରିମଗାର୍ଲ ହେମା ମାଳିନୀଙ୍କ ଆଜି ହେଉଛି ଜନ୍ମଦିନ । ୭୩ ବର୍ଷରେ ପାଦ ଥାପିଛନ୍ତି ହେମା । ତେବେ ତାଙ୍କ ବୟସ ଏତେ ହୋଇଥିଲେ ସୁଦ୍ଧା ସେ ଆଜି ପର୍ଯ୍ୟନ୍ତ ସୁନ୍ଦର ଦେଖାଯାଉଛନ୍ତି । ଡ୍ରିମଗାର୍ଲଙ୍କ ବୟସ ଯେତିକି ବଢ଼ୁଛି ଦିନକୁ ଦିନ ତାଙ୍କର ଗ୍ଲାମର ସେତିକି ବଢ଼ିବାରେ ଲାଗିଛି । ନିଜର ସୁନ୍ଦର ଚେହେରା ଯେତିକି ଆକର୍ଷଣୀୟ ତାଙ୍କର ବଳିଷ୍ଠ ଅଭିନୟ ସେତିକି ମନମୁଗ୍ଧକର । ତାଙ୍କ ଯମାନାରେ ସେ ଥିଲେ ସବୁ ହିରୋଙ୍କ ପ୍ରିୟ । ବାହା ହେବା ଲାଗି ଲାଗିଥିଲା ଲମ୍ବା ଲାଇନ । କିନ୍ତୁ ସେ ଧମେନ୍ଦ୍ରଙ୍କୁ ନିଜର ଜୀବନ ସାଥୀ ରୂପେ ବାଛିଥିଲେ । ସେ ବିବାହିତ ହୋଇଥିବା ଜାଣିବା ପରେ ମଧ୍ୟ ତାଙ୍କ ସହ ଜୀବନ କଟାଇବାକୁ ଚାଲି ଆସିଥିଲେ ହେମା ।