Odia News Portal

ଟଙ୍କା ହେରଫେର ମାମଲାରେ ଫସିଲେ ଜ୍ୟାକଲିନ୍

ମୁମ୍ବାଇ: ସିଂହଳି ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ ମନି ଲଣ୍ଡ୍ରିଂ ମାମଲାରେ ଫସିଛନ୍ତି । ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଭେଟିଛି । ପ୍ରାୟ ୫ ଘଣ୍ଡା ହେଲା ଇଡି ପଚରାଉଚରା କରୁଥିବାର ସୁଚନା ମିଳିଛି । ତେବେ କେବଳ ଜ୍ୟାକଲିନ ନୁହନ୍ତି ଏହା ପୂର୍ବରୁ ଇଡି ଅଭିନେତ୍ରୀ ୟାମୀ ଗୌତମଙ୍କୁ ମଧ୍ୟ ମନି ଲଣ୍ଡ୍ରିଂ କେସରେ ଜୁଲାଇ ୭ ରେ ପଚରାଉଚରା କରିଥିଲା । ସୂଚନା ଅନୁଯାଇ ଆଜି ସକାଳେ ଇଡି ମହାରାଷ୍ଟ୍ରର ୯ଟି ସ୍ଥାନରେ ଚଡାଉ କରିଥିଲା । ଏହା ବ୍ୟତୀତ ମହାରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ଅନିଲ ଦେଶମୁଖ ମାମଲାରେ ଇଡି ରେଡ୍ କରିଥିଲା । ପୂର୍ବରୁ ଏହି ମାମଲାରେ ଇଡି ଅନେକ ଅଭିନେତାଙ୍କୁ ଓ ଅଭିନେତ୍ରୀଙ୍କୁ ପଚରାଉଚରା କରିଥିଲା । ତେବେ ମନି ଲଣ୍ଡ୍ରିଂର ଏହି ମାମଲା କାହା ସହ ଜଡିତ ରହିଛି ସେ ନେଇ ଏଯାଏ କୌଣସି ସୂଚନା ମିଳିନାହିଁ ।